Webportal

ନକଲି ଆଇପିଏଲ ଆୟୋଜନ: ରୁଷୀ ଲୋକଙ୍କୁ ଲାଗିଲା ଚୂନ

sanitry
0 85

ଜୀବନରେ ଅନେକ ଅଭିନବ ପ୍ରକାରର ଠକେଇ ଦେଖିଥିବେ ବା ଶୁଣିଥିବେ । କିନ୍ତୁ ଗୁଜୁରାଟର ଭଡନଗରରେ ଏପରି ଠକେଇ ହୋଇଛି, ସେକଥା ଜାଣିଲେ ବିଶ୍ବାସ ମଧ୍ୟ କରିପାରିବେ ନାହିଁ ।

ଭଡନଗରର ମୋଲିପୁର ଗାଁରେ କିଛି ଲୋକ ଏକ ନକଲି ଆଇପିଏଲ ଆୟୋଜନ କରି କେବଳ ଭାରତୀୟ ନୁହେଁ, ରୁଷର କିଛି ଲୋକଙ୍କୁ ଠକିନେଇଛନ୍ତି । ଏହି ଘଟଣାରେ ଗୁଜୁରାଟ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ସୋଏବ୍ ଡାବଡା ନାମକ ବ୍ୟକ୍ତି ଏହାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ।

ସୋଏବ୍ ମୋଲିପୁର ଗାଁରେ ଏକ ଜମି ଭଡ଼ାକୁ ନେଇ ତାହାକୁ ଏକ କ୍ରିକେଟ ପଡ଼ିଆ ପରି ସଜେଇ ଦିଏ । ସେଠାରେ ହାଲୋଜେନ ଫ୍ଲଡ୍ ଲାଇଟ୍ ଲଗାଯାଏ । ସ୍ଥାନୀୟ ବେକାର ଯୁବକ ଓ ଶ୍ରମିକମାନଙ୍କୁ ବିଭିନ୍ନ ଆଇପିଏଲ ଦଳର ଜର୍ସି ପିନ୍ଧି ମ୍ୟାଚ ଖେଳାଯାଏ । ସେମାନଙ୍କୁ ମ୍ୟାଚ ପିଛା ୪୦୦ ଟଙ୍କା ଦିଆଯାଉଥିଲା । ଏହି ମ୍ୟାଚକୁ ଏଚଡି କ୍ୟାମେରାରେ ସୁଟିଂ କରି ୟୁଟ୍ୟୁବ ଓ ଏକ ଆପ୍ ମାଧ୍ୟମରେ ଲାଇଭ୍ କରାଯାଏ । ପ୍ରକୃତ ଆଇପିଏଲ ପରି ପଡ଼ିଆର ଚାରିପଟେ ବିଭିନ୍ନ କମ୍ପାନିର ବିଜ୍ଞାପନ ଦିଆଯାଇଥିଲା ।

ରୁଷର କେତେକ ପବରେ ଚାଲୁଥିବା ଜୁଆକୁ ଦୃଷ୍ଟିରେ ରଖି ଏହି ଆୟୋଜନ କରାଯାଇଥିଲା । କେଉଁ ବଲରେ ଚୌକା ବା ଛକା ମରାଯିବ, କେଉଁ ବଲରେ ବ୍ୟାଟ୍ସମ୍ୟାନ ଆଉଟ ହେବେ ତାହା ଅମ୍ପାୟାରଙ୍କ ମାଧ୍ୟମରେ ଜଣାଇଦିଆଯାଉଥିଲା । ଖେଳାଳିମାନେ ଏହି ଯୋଜନା ଅନୁଯାୟୀ କାମ କରୁଥିଲେ । ଏକ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ବେଟିଂ ଲଗାଯାଉଥିଲା ।

ସ୍ଥାନୀୟ ପୁଲିସକୁ ଏ ସଂପର୍କରେ ସଂଦେହ ହେବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା ।

Square Ad 1
Leave A Reply

Your email address will not be published.