ଗଂଜାମ ଜିଲ୍ଲା ଶେରଗଡ଼ ଥାନା ଗୋବିନ୍ଦପୁର ରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । ଜଣେ ନବ ବିବାହିତ ମହିଳା କୁ ହାତୁଡି ରେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେବେ ମୃତକ ଜଣଙ୍କ ହେଲେ ପିକିଂ ସ୍ବାଇଁ ବୋଲି ଜଣାପଡିଛି । ଅଭିଯୋଗ ହୋଇଛି।ଗୋବିନ୍ଦପୁର ଗାଁ ର ଫିରୋଜ ସ୍ୱାଇଁ ଙ୍କୁ ଗଲା ଦୁଇ ବର୍ଷ ହେଲା ବିବାହ କରିଥିଲେ ଏହି ଗାଁ ର ନରି ସ୍ୱାଇଁ ଙ୍କ ଝିଅ ପିଙ୍କି ସ୍ୱାଇଁ। ତେବେ ଗଲା ଏକ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ ଫିରୋଜ ସ୍ବାଇଁ କୁଂ । ତେବେ ହତ୍ୟା କାଣ୍ଡ ର ଅସଲ କାରଣ ଜଣାପଡିନଥିବା ବେଳେ ଶାଶୁ ଘର ଲୋକେ ହତ୍ୟା କରିଥିବା ଥାନା ରେ ଅଭିଯୋଗ ହୋଇଛି । ସେପଟେ ପୋଲିସ ପହଁଚି ଘଟଣା ର ଅନୁଧ୍ୟାନ ଆରମ୍ଭ କରୁଛି ।

Prev Post
Next Post