Webportal

ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ କଳା ଦାଗ ଅନୁଗୁଳ ସୂଚନା ଓ ଲୋକସଂପର୍କ ବିଭାଗ

ସାମ୍ବାଦିକଙ୍କ ପାଖରେ ପହଞ୍ଚୁନି ଖବର ସମ୍ପର୍କିତ ସୂଚନା

sanitry
0 171

ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ କଳା ଦାଗ ଅନୁଗୁଳ ସୂଚନା ଓ ଲୋକସଂପର୍କ ବିଭାଗ।

ସାମ୍ବାଦିକଙ୍କ ପାଖରେ ପହଞ୍ଚୁନି ଖବର ସମ୍ପର୍କିତ ସୂଚନା।

ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ବାସ୍ଥ୍ୟ ବୀମା କାର୍ଡ ଦିଆଯାଉନାହିଁ ସାମ୍ବାଦିକଙ୍କୁ।

ରାଜ୍ୟପାଳଙ୍କ ଗୁରୁତ୍ୱପୂର୍ଣ୍ଣ ଅନୁଗୁଳ ଜିଲ୍ଲା ଗସ୍ତ ସମ୍ପର୍କିତ ସୁଚନା ମଧ୍ୟ ସାମ୍ବାଦିକଙ୍କୁ ଦିଆ ଯାଇନାହିଁ।

ଚନ୍ଦ୍ରମା ରେ କଳଙ୍କ ଭଳି ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ କଳଙ୍କ ସାଜିଛନ୍ତି ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗ ଓ ତା ସହିତ ଜଡ଼ିତ ଅଧିକାରୀ।

ଆପଣ ଠିକ ପଢ଼ୁଛନ୍ତି। ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ବ ହେଉଛି ଜିଲ୍ଲାର ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ସଠିକ୍ ସମୟରେ ସଠିକ ସୁଚନା ପ୍ରଦାନ କରିବା। ଯାହା ଫଳରେ ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଆଦିର ସୂଚନା ବା ତଥ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରିବ।

କିନ୍ତୁ ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ୱରେ ଥିବା ଅଧିକାରୀ ସୀମିତ ସାମ୍ବାଦିକଙ୍କୁ ଛାଡି ଅନ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖବର ସମ୍ପର୍କିତ ସୂଚନା ଦେବାକୁ ନାରାଜ। ଏହାଦ୍ବାରା ସରକାରୀ ଯୋଜନା କାର୍ଯ୍ୟକ୍ରମ ଆଦିର ସୂଚନା ସାଧାରଣ ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁନାହିଁ। ଏହା ସରକାରଙ୍କ ସହ ବେଇମାନି ବୋଲି ଧରାଯିବ। ଯେଉଁ ଥାଳିରେ ଖାଇଲେ ସେଇଥିରେ କଣା କରିଦେଲେ ଉକ୍ତିଟି ବର୍ତମାନର ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ।

କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା କାର୍ଡ ମଧ ସେହି ଅଧିକାରୀ ଇସୁ ନ କରି ଆଲମାରୀ ରେ ଲୁଚାଇ ରଖିଛନ୍ତି।

ଜିଲ୍ଲାପାଳଙ୍କୁ ଅତୀତରେ ଯୋଗାଯୋଗ କରି କିଛି ଫଳ ନ ମିଳିବାରୁ ଅଧିକାରୀ ନବୀନ ବାବୁଙ୍କ ନିର୍ମଳ ଶାସନରେ କଳଙ୍କ ଲଗେଇ ଚାଲିଛନ୍ତି।

ଦାୟିତ୍ୱରେ ଥିବା ଅଧିକାରୀଙ୍କର ଅନ୍ୟତ୍ର ବଦଳି ହୋଇଥିବା ଓ ସେ ବହୁ କଷ୍ଟରେ ରିଲିଭ ହେଇ ଥିବା ଖବର ମଧ୍ୟ ଚର୍ଚ୍ଚାରେ ରହିଛି। କାରଣ ତାଳଚେର ସବ ଡିଭିଜନ ରୁ ଅନୁଗୁଳ ଜିଲ୍ଲାକୁ ସାମୟିକ ଭାବରେ ଦାୟିତ୍ୱରେ ସେ ଆସିଥିଲେ ଓ ଏବେ ତାଙ୍କୁ ତାଳଚେର ଫେରି ଯିବାକୁ ବିଭାଗ କହିବାରୁ ସେ ତାଙ୍କ ସମ୍ମାନ ହାନି ହେବ କହି ଅନୁଗୁଳ ଛାଡ଼ିବାକୁ ନାରାଜ। ଯାହାକି ତାଙ୍କର ଯୋଗ୍ୟତା ଠାରୁ ବଡ଼ ପଦବୀ ହାତେଇବାକୁ ଏକ ପ୍ରୟାସ। ଏହା ତାଙ୍କର କାମ କରିବାର ନକାରାତ୍ମକ ଭାବନା କୁ ଦର୍ଶାଉଛି। ବହୁ କଷ୍ଟରେ ନୂତନ ଅଧିକାରୀଙ୍କୁ ଚାର୍ଜ ଦେବାପରେ ମଧ୍ୟ ସେହି ଅଧିକାରି ଜୋର ଜବରଦସ୍ତ ତାଳଚେର ରେ କାମ ନ କରି ଅନୁଗୁଳ ଆସି ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଭାବରେ ନିଜ ପରିଚୟ ଦେବା ଜାରି ରଖିବା ସହ ପୂର୍ବପରି କେଉଁ କର୍ତ୍ୟବରତ ସାମ୍ବାଦିକଙ୍କୁ ସରକାରୀ ସୁଚନା ଦିଆଯିବ ଓ କାହାକୁ ଦିଆଯିବ ନାହିଁ ସେ ନିର୍ଣ୍ଣୟ ମଧ୍ୟ ନେବା ସହ ପୂର୍ବପରି ନିଜେ ନିଜ ପସନ୍ଦର ସାମ୍ବାଦିକଙ୍କୁ ସୁଚନା ଦେବା ବେନିୟମ ଭାବରେ ୨୭ ନଭେମ୍ବର ପର୍ଯନ୍ତ୍ ଦେଉଥିଲେ। ଏହା ପରେ ମଧ୍ୟ ବର୍ତମାନର ଅଧିକାରୀଙ୍କୁ ପ୍ରଭାବିତ କରି ନିଜ ରାଜ୍ ଚଳାଇଥିବା ଖବର ମିଳିଛି। ଯେଉଁଥିପାଇଁ ପୂର୍ବପରି ସାମ୍ବାଦିକ ମାନଙ୍କୁ ଖବର ମିଳୁ ନ ଥିବାରୁ ଲୋକଙ୍କ ପାଖରେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୁଚନା ପହଞ୍ଚି ପାରୁନାହିଁ।

ଏବେ ଦେଖିବାକୁ ରହିଲା ସାଧାରଣ ଲୋକଙ୍କ ଟିକସ ଟଙ୍କାରେ ପାଉଥିବା ଦରମା ର ସମ୍ମାନ ରେ ସେ ଅଧିକାରୀ ନିଜ ନକାରାତ୍ମକ କାର୍ଯ୍ୟ କରିବା ବନ୍ଦ କରୁଛନ୍ତି ନା ବିଭାଗ ତାଙ୍କର ଏପରି କାର୍ଯ୍ୟକୁ ବରଦାସ୍ତ କରିବା ଜାରି ରଖୁଛି।

Square Ad 1
Leave A Reply

Your email address will not be published.