Webportal

ନିଖୋଜର ମାସେ ପରେ ମହିଳା ଉଦ୍ଧାର

sanitry
0 275

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗାଁ ନିକଟ ଜଙ୍ଗଲକୁ ଶୌଚ ହେବା ଯାଇ ଦୀର୍ଘ ଏକ ମାସ ହେଲା ଜଣେ ମହିଳା ନିଖୋଜ ପରେ ବୁଧବାର ଜଙ୍ଗଲରୁ ଉଦ୍ଧାର ହୋଇଛନ୍ତି । ଦୀର୍ଘ ଏକ ମାସ ଧରି ସମ୍ପୃକ୍ତ ମହିଳା ଜଣଙ୍କ ଜଙ୍ଗଲରେ କିଭଳି ରହିଲେ ଏବଂ କେଉଁଠି ଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାହଳସାହି ଗ୍ରାମର ବୈରାଗୀ ଭୁତିଆଙ୍କ ସ୍ତ୍ରୀ ମାମି ଭୁତିଆ (୩୪) ଜାନୁଆରୀ ମାସ ୧୧ତାରିଖ ଦିନ ଗୋହିରାପଶି ଗ୍ରାମ ନିକଟସ୍ଥ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲକୁ ଶୈାଚ ହେବା ପାଇଁ ଯାଇଥିଲେ । ତେବେ ତା ପରଠାରୁ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେ ଜଙ୍ଗଲରେ ନିଖୋଜ ହେବାର ଏକ ମାସ ବିତି ଯାଇଥିଲେ ମଧ୍ୟ ମହିଳାଙ୍କର କୌଣସି ପତ୍ତା ମିଳି ନଥିଲା । ତେବେ ବୁଧବାର ଦିନ ଡାହିବର ଗ୍ରାମର କିଛି ଯୁବକ ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲ ନିକଟକୁ ଭୋଜି କରିବା ପାଇଁ ଯାଉଥିବା ବେଳେ ଉକ୍ତ ମହିଳା ଏକ ବୁଦାମୂଳରେ ଶୋଇଥିବା ଦେଖିବାକୁ ପାଇଥିଲେ । ଯୁବକ ମାନେ ତାଙ୍କୁ ଦେଖି ମହିଳାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ସହ ଆମ୍ବୁଲାନସରେ ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏବେ ଚିକିତ୍ସାଧୀନ ଅଛନ୍ତି । ତେବେ ଦୀର୍ଘ ଏକ ମାସ ଧରି ମହିଳା ଜଣଙ୍କ ଜଙ୍ଗଲରେ କିପରି ରହିଥିଲେ ସେ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଖବର ପାଇ ଛେଣ୍ଡିପଦା ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ମହିଳା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ସେ କେଉଁଠି ଓ କିଭଳି ଥିଲେ ତାର ରହସ୍ୟ ଜଣା ପଡିବ ବୋଲି ପୋଲିସ କହିଛି ।

Square Ad 1
Leave A Reply

Your email address will not be published.