Webportal

ନୀତିନିୟମକୁ ଠେଙ୍ଗା ! ବିନା ଅନୁମତିରେ ଜଙ୍ଗଲରେ ପାଇପ ବିଛାଉଛି ଜିନ୍ଦଲ : ବନବିଭାଗର ଚଢାଉ, ଜେସିବି ମେସିନ ଅଟକ

sanitry
0 123

ବଡବିଲ ଠାରୁ ଅନୁଗୁଳ ପର୍ଯ୍ୟନ୍ତ ପାଇପ ଯୋଗେ ଆଇରନ ନେବାପାଇଁ ଜିନ୍ଦଲ କମ୍ପାନୀକୁ ଓଡିଶା ସରକାରଙ୍କ ଠାରୁ ଅନୁମୋଦନ ମିଳିଛି। ଟେଣ୍ଡର ଅନୁସାରେ ବଡବିଲ ଯୋଡା କେନ୍ଦୁଝର ଦେଇ ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକର ଦୁର୍ଗମ ଅଞ୍ଚଳ ନଗିରା ଓ ପାଳଲହଡା ମଧ୍ୟ ଭାଗ ଦେଇ ଅନୁଗୁଳ ଜିନ୍ଦଲ କମ୍ପାନୀ ଯାଏ ପାଇପ ଲାଇନ ବିଛାଯିବ। ଏହି ପାଇପ ଲାଇନ୍ କାର୍ଯ୍ୟ ଗତ ଦୁଇ ବର୍ଷ ହେଲା ଚାଲିଥିବା ବେଳେ ପାଳଲହଡା ପର୍ଯ୍ୟନ୍ତ ପାଇପ ଲାଇନ ବିଛାହୋଇ ସାରିଛି।

ତେବେ ୪୯ ନମ୍ବର ଜାତୀୟ ରାଜପଥ ସଇଡା ପଞ୍ଚାୟତ କନ୍ତଳା ଗାଁ ଦେଇ ପାଇପଲାଇନ ବିଛା ଯିବାର ସରକାରୀ ନିୟମ ଅନୁସାରେ ଧାର୍ଯ୍ୟ ରହିଛି। ହେଲେ ଡାଲୋ ଜୁଆଙ୍ଗ ସାହି ଠାରୁ ରାତିଅଧିଆ ଉକ୍ତ କମ୍ପାନୀ ଜେସିବି ମେସିନ ଲଗାଇ ସରକାରୀ ଜଙ୍ଗଲ ମଧ୍ୟରେ ପାଖାପାଖି ତିନି କିଲୋମିଟର ରାସ୍ତା କୁ କାଟଛାଟ କରି ବେଆଇନ କଖାରୁଆ ନଦୀ କୁ ଅତିକ୍ରମ କରାଇ ବାଙ୍କଦର ପହଞ୍ଚାଇବାର କାର୍ଯ୍ୟ କରୁଥିବା ବେଳେ କନ୍ତଳା ଗ୍ରାମବାସୀଙ୍କର ରୋଷର ଶିକାର ହୋଇଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଉକ୍ତ କମ୍ପାନୀ କନ୍ତଳା ଗାଁ ଦେଇ ଯିବାର ଧାର୍ଯ୍ୟ ଥିବାବେଳେ ସେ ସମସ୍ତ ନୀତିନିୟମକୁ ଉଲଂଘନ କରି ତିନି କିଲୋମିଟର ରାସ୍ତାକୁ କାଟଛାଟ କରି ସରକାରୀ ଜଙ୍ଗଲ ମଧ୍ୟ ଦେଇ ଅନେକ ମୁଲ୍ୟବାନ ଶାଳ ପିଆଶାଳ ଗଛ କାଟି ପାଇପ ବିଛାଇବା ସରକାରଙ୍କ ନୀତିନିୟମର ବାହାରେ। ଏନେଇ ଗ୍ରାମବାସୀ ମାନେ ବନବିଭାଗ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଦେବଗଡ଼ ଡିଏଫଓ ଘଟଣାକୁ ଗୁରୁତର ସହ ନେଇ ପାଳଲହଡା ବନ ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପାଳଲହଡା ବନ ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ଜେରାଇ ସଦଳବଳେ ସନ୍ଧ୍ୟା ସମୟରେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଜିନ୍ଦଲ କମ୍ପାନୀ ଦ୍ବାରା ଘଞ୍ଚ ଜଙ୍ଗଲ ଭିତରେ ନିୟୋଜିତ ହୋଇଥିବା ଏକ ଚେନ ଜେସିବି ମେସିନକୁ ଅଟକ ରଖିଥିଲେ ।

ଏନେଇ ପାଳଲହଡା ବନ ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ଜେରାଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକଙ୍କ ଅଭିଯୋଗ ଆଧାରରେ ଆମେ ଜେସିବି ମେସିନ କୁ ଅଟକ ରଖିଛୁ, ଆସନ୍ତା କାଲି ପାଳଲହଡା ରାଜସ୍ୱ ଅଧିକାରୀ ଘଟଣା ସ୍ଥଳକୁ ଆସିବେ ଓ ଚିହ୍ନଟ କରିବେ ଏହା ଯଦି ଜଙ୍ଗଲ ଜମି ହୋଇଥିବ ଓ କମ୍ପାନୀ ପାଖରେ ଯଦି ଗ୍ରିନ ଟ୍ରୁବ୍ୟୁନାଲର ଅନୁମତି ନଥିବ ତେବେ ଉକ୍ତ କମ୍ପାନୀ ବିରୋଧରେ ଆଇନ ଅନୁଶାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଜେରାଇ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି କମ୍ପାନୀ ପାଳଲହଡା ଅଞ୍ଚଳରେ ଯେଉଁ ଗାଁ ଦେଇ ପାଇପଲାଇନ ବିଛାଉଛନ୍ତି ତାହା ସରକାରଙ୍କର ନିତି ନିୟମ ଭିତରେ ପରିସର ଭୁକ୍ତ । ନିୟମ ଅନୁସାରେ କମ୍ପାନୀକୁ ଲୋକଙ୍କ ବ୍ୟକ୍ତିଗତ ଜମିରେ ଜେସିବି ମେସିନ ଲଗାଇ ପାଇପଲାଇନ ବିଛାଇବାକୁ ହେଲେ ଉକ୍ତ ଜମି ର ମାଲିକଙ୍କ ଠାରୁ ଅନୁମତି ନେବା ସହ ପାଇପ ବିଛାଇବା ପରେ ଜମିକୁ ମରାମତି କରିବାକୁ ହେବ। ମାତ୍ର ଅନେକ ସମୟରେ ଉକ୍ତ ଜିନ୍ଦଲ କମ୍ପାନୀ ସରକାରୀ କଳ ବଳ କୌଶଳ ପ୍ରୟୋଗ କରି ଅନିୟମିତତା କରୁଥିବା ନେଇ ଅନେକ ଥର ପାଳଲହଡା ଥାନା ଓ ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସିଛି । ଏଭଳି ଅନେକ ଗରିବ ଲୋକ ଅଭିଯୋଗ କଲେ ସୁଦ୍ଧା ଜିନ୍ଦଲ କମ୍ପାନୀ ଏହାକୁ କର୍ଣ୍ଣପାତ କରୁନଥିବା ଜଣାପଡିଛି ।

Square Ad 1
Leave A Reply

Your email address will not be published.