Webportal

ନୀତିଶ କୁମାରଙ୍କ ପରେ ନୀତି ଆୟୋଗ ବୈଠକକୁ ମଧ୍ୟ ଯିବେନି କେସିଆର, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ

sanitry
0 75

ଆଜି ନୂଆଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ୭ମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୯ ପରେ ଏହା ପ୍ରଥମ ପ୍ରତ୍ୟକ୍ଷ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । କିନ୍ତୁ ଏହି ବୈଠକରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ଯୋଗଦେବେ ନାହିଁ । ଶନିବାର ସେ ଏହି ଘୋଷଣା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ମଧ୍ୟ ଲେଖିଛନ୍ତି ।

ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ନୀତି ଆୟୋଗ ବୈଠକରେ ରାଜ୍ୟମାନଙ୍କ ଅଭିଯୋଗ ଶୁଣାଯାଉ ନାହିଁ । ଜାତୀୟ ବିକାଶ ଏଜେଣ୍ଡାରେ ରାଜ୍ୟମାନଙ୍କୁ ସମାନ ଭାବେ ଅଂଶୀଦାର କରାଯାଉ ନାହିଁ । ଏଭଳି କରାଯାଇ ସଂଘୀୟ ବ୍ୟବସ୍ଥାକୁ ପଥଭ୍ରଷ୍ଟ କରାଯାଉଛି । ୮ ବର୍ଷ ହେଲା ନୀତି ଆୟୋଗ କିଛି କରିନାହିଁ । କେନ୍ଦ୍ର ସରକାର ମଧ୍ୟ ନୀତି ଆୟୋଗକୁ ଗୁରୁତ୍ୱ ଦେଉନାହାନ୍ତି । ସରକାର ଯାହା କହୁଛନ୍ତି ତାହା କରିବାକୁ ରାଜ୍ୟମାନଙ୍କୁ କୁହାଯାଉଛି । ନଚେତ ଦଣ୍ଡ ଭୋଗିବାକୁ ଛାଡିଦିଆଯାଉଛି ।

ବର୍ତ୍ତମାନ ପରିସ୍ଥିତିରେ ନୀତି ଆୟୋଗ ଅଦରକାରୀ ହୋଇପଡିଛି । ତେଣୁ ସେ ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବୈଠକରେ ଯୋଗଦେବେ ନାହିଁ । ତେବେ ସେ ନିଜର ପ୍ରତିନିଧିଙ୍କୁ ପଠାଇବାକୁ ଚାହିଁଥିଲେ । କିନ୍ତୁ କେନ୍ଦ୍ର ପକ୍ଷରୁ କୁହାଯାଇଛି କି ଏହି ବୈଠକରେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ମିଳିବ।

Square Ad 1
Leave A Reply

Your email address will not be published.