ଅନୁଗୁଳ ଜିଲ୍ଲାରେ ପରକ୍ରିୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଆଠମଲ୍ଲିକ ଥାନା ଗଦାଧରପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ ଗଦାଧରପୁର ଗାଁର ଶେଷ କୁଦେଇଙ୍କର ଦୁଇଜଣ ପତ୍ନୀ । ହେଲେ ସେ ସ୍ତ୍ରୀ ରାସେଶ୍ୱରୀକୁ ସବୁବେଳେ ସନ୍ଦେହ ଚକ୍ଷୁରେ ଦେଖିଥାଏ । ରାସେଶ୍ୱରୀଙ୍କର ପର ପୁରୁଷ ସହ ସମ୍ପର୍କ ରହିଛି ବୋଲି ସନ୍ଦେହ କରିବା ସହ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥାଏ । ତେବେ ଆଜି ସକାଳେ ରାସେଶ୍ୱରୀ ଘର ପଛ ପାଖରେ ବାସନ ସଫା କରୁଥିବା ବେଳେ ହଠାତ ଶେଷ ଆକ୍ରମଣ କରିଥିଲା । ରାସେଶ୍ୱରୀ ରକ୍ତ ଜୁଡୁବୁଡୁ ହୋଇ ପଡିଯିବା ପରେ ଦ୍ୱିତୀୟ ସ୍ତ୍ରୀକୁ ଧରି ଶେଷ ଘଟଣା ସ୍ଥଳରୁ ଫେରାର ହୋଇଗଲା । ଖବର ପାଇ ଆଠମଲ୍ଲିକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।