Webportal

ପାନୀୟ ଜଳ ସମସ୍ୟା

sanitry
0 215

କୌଣସି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଲେ, ପ୍ରଶାସନ ତରଫରୁ ଉକ୍ତ ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣ କରାଯାଇଥାଏ। ଏଥିଲାଗି ସରକାରଙ୍କ ନିୟମ ମଧ୍ୟ ରହିଛି। ହେଲେ ଅନୁଗୋଳ ଜିଲାର ଶେଷସୀମା କୁହାଯାଉଥିବା ଆଠମଲ୍ଲିକ ବ୍ଲକର ସଙ୍ଖାମାଳ ଗ୍ରାମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ସଙ୍ଖାମାଳ ଗ୍ରାମର ଲୋକସଂଖ୍ୟା ପ୍ରାୟ ୮୦୦। ଗ୍ରାମରେ ୫ଟି ନଳକୂପ ଏବଂ ୩ଟି ସରକାରୀ କୂଅ ରହିଛି। ମାତ୍ର ଦୁଇଟି ନଳକୂପ ଏବଂ ଗୋଟିଏ କୂଅ ଠିକ ଭାବେ ଚାଲୁଥିବା ବେଳେ ଅନ୍ୟଗୁଡ଼ିକ ଅଚଳ ହୋଇପଡ଼ିଛି। ବିଶେଷକରି ଗ୍ରାମରେ ଥିବା କୂଅଗୁଡ଼ିକରେ ଖର ଜଳ ଆସୁଥିବାରୁ ଉକ୍ତ ପାଣି ପିଇବା ତଥା ରୋଷେଇ ଉପଯୋଗୀ ହେଉନାହେଁ। ଖରାଦିନ ଚାଲିଥିବାରୁ ଏହି ଅସୁବିଧା ଦ୍ୱିଗୁଣିତ ହେଇଛି। ବାଧ୍ୟ ହୋଇ ଗ୍ରାମର ମହିଳାମାନେ ପ୍ରାୟ ଏକ କିଲୋମିଟର ଦୂରରେ ଥିବା “କେରାଣ୍ଡି ଯୋର” ରୁ ଚୁଆ ଖୋଳି ପିଇବା ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି। ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାରୁ ଲୋକମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।
ଏ ନେଇ  ଗ୍ରାମବାସୀ କହିଛନ୍ତି ଏହି ଅସୁବିଧା ସବୁଦିନିଆ ହୋଇଥିବାରୁ ବିଭିନ୍ନ ପର୍ଯ୍ୟାୟରେ ବହୁଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ସମାଧାନ ସ୍ବରୂପ ସ୍ଥାୟୀ ପାଣି ଟାଙ୍କି ଅଥବା ମହାନଦୀରୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇଦେବାକୁ ବାରମ୍ବାର ନିବେଦନ କରାଯାଇଛି। ହେଲେ କୌଣସି ସୁଫଳ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି । ଏ ବାବଦରେ କିଛିଦିନ ତଳେ ଗ୍ରାମରେ ଏକ ବୈଠକ ବସି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନ ହେଲେ ଗ୍ରାମବାସୀଙ୍କ ତରଫରୁ ଆମରଣ ଅନଶନ କରାଯିବ ବୋଲି ସେମାନେ କହିଛନ୍ତି ।

Square Ad 1
Leave A Reply

Your email address will not be published.