Webportal

ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ

ହାତୀ ସୁରକ୍ଷା ଅନୁଦାନ କୁ ପକେଟ ରେ ପୁରାଇ ମନ୍ତ୍ରୀ ଅଧିକାରୀ ମାଲାମାଲ

sanitry
0 25

ପୁଣି ବନବିଭାଗ ଦୋଷରୁ ତିନି ହାତୀ ମୃତ।ହାତୀ ସୁରକ୍ଷା ଅନୁଦାନ କୁ ପକେଟ ରେ ପୁରାଇ ମନ୍ତ୍ରୀ ଅଧିକାରୀ ମାଲାମାଲ।ଆମେ ଆମ ଖବରରେ ବାରମ୍ୱାର କହିଆସିଛୁ ଯେ ହାତୀ ସୁରକ୍ଷା ନାଁ ରେ ଅଜସ୍ର ଟଙ୍କା ଆସୁଥିବା ବେଳେ ସେହି ଟଙ୍କା ସବୁର ସିଂହଭାଗ ବିଭାଗୀୟ ମନ୍ତ୍ରୀ ଓ ବନବିଭାଗ ର ପଦସ୍ଥ ଅଧିକାରୀ ମାନେ ନିଜ ନିଜ ପକେଟ କୁ ନେଇଯାଉଛନ୍ତି। ହାତୀ ମାନଙ୍କ ସୁରକ୍ଷା ଅଧିକାଂଶ ସମୟ କେବଳ କାଗଜ କଲମରେ ସୀମିତ ହୋଇ ରହିଯାଉଛି।ଓଡ଼ିଶାରେ ସରକାର ବଦଳିଲା। ଆଶା କରାଯାଉ ଥିଲା ଦୀର୍ଘ ଦିନ ର ବିଜେଡି ସରକାର ହଟିବା ପରେ ବଡ ବଡ କଥା କହୁଥିବା ନୂଆ ବିଜେପି ସରକାର ହାତୀ ସୁରକ୍ଷା ପାଇଁ ଅନେକ କିଛି କରିବ। କିନ୍ତୁ ସେମିତି କିଛି ହେଲାନାହିଁ।ଆପଣ ମାନେ ଜାଣିଛନ୍ତି ଯେ ରାଜ୍ୟରେ ବିଗତ କିଛି ବର୍ଷ ଧରି ହାତୀମାନେ ପୁରାପୁରି ଅସୁରକ୍ଷିତ। ବଞ୍ଚିବା ପାଇଁ ହାତୀ ଟିଏ ପ୍ରତିଦିନ କମରୁ କମ କୋଡ଼ିଏ କିଲୋମିଟର ଚାଲିବାର ଆବଶ୍ୟକତା ରହିଛି। କିନ୍ତୁ ପରିସ୍ଥିତି ସେମାନଙ୍କ ବିପରୀତ।ହାତୀମାନଙ୍କ ପାଇଁ ଉଦ୍ଦିଷ୍ଟ ଜଙ୍ଗଲ ସବୁ କାଟି ମୁଖ୍ୟତଃ କଳକାରଖାନା ଓ ରାସ୍ତା ତିଆରି କରାଯାଉଥିବାରୁ ହାତୀ ମାନେ ଚଲା ବୁଲା କରିବା ପାଇଁ ଓ ଖାଦ୍ୟ ଅନୁସନ୍ଧାନରେ ବାଟବଣା ହୋଇ ଜନବସତି ମୁହାଁ ହେଉଛନ୍ତି। ଏଇଥି ପାଇଁ ହଠାତ କିଛି ବର୍ଷ ଧରି ହାତୀମାନେ ଆମ ରାଜ୍ୟରେ ଅସୁରକ୍ଷିତ ହୋଇ ରହିଛନ୍ତି। ଅବଶ୍ୟ ବିଜେଡି ଓ ବିଜେପି ସରକାର ଏହାକୁ ଦୃଷ୍ଟିରେ ରଖି ବନବିଭାଗକୁ ହାତୀ ସୁରକ୍ଷା ପାଇଁ ଅଜସ୍ର ଟଙ୍କା ଅଜାରି ଦିଅନ୍ତି। ବାସ ଟଙ୍କା ଦେଲାପରେ ଏମାନଙ୍କ ଦାୟିତ୍ୱ ସରିଯାଏ। ସେ ଟଙ୍କା ହାତୀ ସୁରକ୍ଷା ଉପରେ ବ୍ୟୟ ହେଉଛି ନା ଅପବ୍ୟୟ ହେଉଛି ସେ ବିଷୟ ନିରୀକ୍ଷଣ କରିବା ପାଇଁ ଆନ୍ତରିକତା ସହ ମନ୍ତ୍ରୀଙ୍କ ଦ୍ଵାରା ସରକାରୀ ସ୍ତରରେ ଚିନ୍ତା କରାଯାଏ ନାହିଁ। ଏପରି ମଧ୍ୟ ହୋଇଥାଇ ପାରେ ଯେ ମନ୍ତ୍ରୀ ହାତୀ ସୁରକ୍ଷା ପାଇଁ କଣ ପଦକ୍ଷେପ ପ୍ରକୃତରେ ହେଇଛି ତାହା ଜାଣିବାକୁ ପୁରା ଚେଷ୍ଟା ନ କରି ବୋଧହୁଏ କେବଳ ଟଙ୍କା ରେ ଭାଗ ବିଷୟରେ ଚିନ୍ତା କରୁଥିବେ। ଯାହାର ଲାଭ ଅସାଧୁ ଅଧିକାରୀ ମାନେ ନେଉଥିବେ। ଯାହା ଫଳରେ ଅକାରଣେହାତୀ ମୃତୁ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି।ଆଶା ଥିଲା ବିଜେପି ସରକାର ରାଜ୍ୟରେ ଗଠନ ହେବାପରେ ପ୍ରାଣୀଙ୍କ ସୁରକ୍ଷା କଥା କହୁଥିବା ଏହି ଦଳର ମନ୍ତ୍ରୀମାନେ ଏ ପ୍ରସଙ୍ଗକୁ ଗୁରୁତ୍ଵ ଦେବେ। କୀନ୍ତୁ ସେପରି କିଛି ହେବାପରି ଆମ ପାଖରେ ଖବର ନାହିଁ।କିନ୍ତୁ ମନୁଷ୍ୟ ପରି ହାତୀ ଟିଏ ମରିଗଲେ ପ୍ରାଣ ଦଣ୍ଡ ଭଳି ବିଧାନ ବା ଆଇନରେ ବ୍ୟବସ୍ଥା ନ ଥିବାରୁ ବନବିଭାଗ ଅଧିକାରି ମାନେ ଅନୁଦାନ ବା ହାତୀ ସୁରକ୍ଷା ପାଇଁ ଆସୁଥିବା ଅର୍ଥାକୁ ପ୍ରାୟତଃ ଚଳୁ କରିଦିଅନ୍ତି ବା ସିଧା ଭାଷାରେ ଖାଇ ଯାଆନ୍ତି। ହାତୀମାନଙ୍କ ଚଳାଚଳ ଉପରେ ଚବିଶ ଘଣ୍ଟା ନଜର ରଖିବା ପାଇଁ ସ୍ଥାନୀୟ ବନବିଭାଗକୁ ଯଥେଷ୍ଟ ଅର୍ଥ ମିଳିଥାଏ। ଯାହା ଫଳରେ ବନବିଭାଗ ବିଭିନ୍ନ ଉପାୟରେ ସ୍ଥାନୀୟ ସ୍ତରରେ ହାତୀମାନଙ୍କ ଚଳାଚଳ ଓ ସୁରକ୍ଷା ଉପରେ ଚବିଶ ଘଣ୍ଟା ନଜର ରଖିପାରିବ। କିନ୍ତୁ ସେମିତି କିଛି ହେଉନାହିଁ। ଆମେ କହିପାରିବା ପ୍ରାୟ ସବୁବେଳେ ଅକାରଣେ ହାତୀ ମୃତ ର ଖବର ଆସୁଛି। ଏମିତି ମଧ୍ୟ କହିପାରିବା ଯେ କେତେବେଳେ ମଧ୍ୟ ଅକାରଣେ ହାତୀ ମୃତୁ ର ଖବର ଆସିପାରେ।ହାତୀ ମାନଙ୍କ ଚଳାଚଳ ଉପରେ ନଜର ରଖିବାକୁ ଯଦି ଅନୁଦାନ ଟଙ୍କା ଖର୍ଚ୍ଚ କରାଯାଇ ଲୋକଙ୍କୁ ନିଯୁକ୍ତି ଦିଆଯାଇଥାନ୍ତା ତେବେ ହୁଏତ ହାତୀ ମୃତୁ ଅନେକାଂଶରେ ରୋକାଯାଇ ପାରିଥାନ୍ତା। ଏବେ ଜାଣନ୍ତୁ ସୋମବାର ଅକାରଣରେ ମରିଥିବା ତିନୋଟି ହାତୀ ବିଷୟରେ। ସୋମବାର ରେଢ଼ାଖୋଲ ବନାଞ୍ଚଳରେ ମିଳିଲା ୩ ହାତୀଙ୍କ ମୃତଦେହ ।ଯାହାକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।  ସକାଳୁ ନାକଟିଦେଉଳ ରେଞ୍ଜ ବୁରାମାଲ ଜଙ୍ଗଲରେ ୩ଟି ହାତୀ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ବନବିଭାଗ ତଦନ୍ତ ଆରମ୍ଭ କରିଛି । ଏଭଳି ଅଘଟଣ ପାଇଁ ବନକର୍ମଚାରୀଙ୍କୁ ଦାୟୀ କରିଛନ୍ତି ପିସିସିଏଫ୍। ଏଥିସହ ବିଦ୍ୟୁତ ବିଭାଗର ଅବହେଳାକୁ ମଧ୍ୟ କାରଣ ଦର୍ଶାଇଛନ୍ତି। ବାରହା ଶିକାର ପାଇଁ ବିଛାଯାଇଥିଲା ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ଘଟିଛି।ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମିଡିଆ ରିପୋର୍ଟ ଅନୁଯାୟୀ ହାତୀ ମୃତ୍ୟୁ ପଛରେ ଦାୟୀ କିଏ, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।ତେବେ ବନ କର୍ମଚାରୀଙ୍କ ଦାୟିତ୍ବ, ସେମାନେ ପାଟ୍ରୋଲିଂ କରି ବିଦ୍ୟୁତ ତାର ସଂଯୋଗ ବିଚ୍ଛିନ୍ନ କରିବା କଥା ବୋଲି ସୁଶାନ୍ତ ନନ୍ଦ କହିଛନ୍ତି। ଦେଖିଲେ ତ ବନବିଭାଗ ର ସର୍ବୋଚ୍ଚ ଅଧିକାରୀ ତଲତଳିଆ ବିଦ୍ୟୁତ ବିଭାଗର ଓ ବନବିଭାଗ କର୍ମଚାରୀଙ୍କୁ ଦାୟୀ କରି ଖସି ଯିବାକୁ ବାହାନା କରିଛନ୍ତି। ଆଉ ପିସିସିଏଫ ନିଜ ମୁଣ୍ଡରୁ ଅଠା ଛଡ଼ାଇବାକୁ ହୁଏତ ଶୀଘ୍ର କିଛି ତଳତଲିଆ ବନବିଭାଗ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କିମ୍ବା ଅନ୍ୟତ୍ର ବଦଳି କରିଦେଇ ପାରନ୍ତି। ଯାହା ଜଣାପଡ଼ୁଛି ଏମିତି ହାତୀ ମାନେ ଅକାରଣେ ମରି ଚାଲିଥିବେ ଓ ବନବିଭାଗ ମନ୍ତ୍ରୀ ଏବଂ ଅଧିକାରି ହାତୀ ସୁରକ୍ଷା ନାଁ ରେ ଆସୁଥିବା ଟଙ୍କାକୁ ଖାଇ ହଜମ କରି ଚାଲୁଥିବେ। ଯଦି ହାତୀ ମୃତୁ ପାଈଁ ପିସିସିଏଫ, ଆରସିସିଏଫ ଓ ଡିଏଫଓ ପରି ଅଧିକାରୀଙ୍କୁ ସିଧାସଳଖ ଚାକିରିରୁ ବାହାର କରି ଅପରାଧିକ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଆନ୍ତା ତେବେ ଯାଇ ହାତୀମାନଙ୍କ ଅକାରଣେ ମୃତୁ ବରଣ କୁ ରୋକାଯାଇ ପାରିବ।

Square Ad 1
Leave A Reply

Your email address will not be published.