Webportal

ପୁରୀ ପ୍ରକଳ୍ପ ମାମଲା: ଆସିଲା ସର୍ବୋଚ୍ଚ ନ୍ୟାୟାଳୟ ରାୟ

sanitry
0 70

ସୁପ୍ରିମକୋର୍ଟରେ ପୁରୀ ପ୍ରକଳ୍ପ ମାମଲା । ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ । ପ୍ରକଳ୍ପ କାର୍ଯ୍ୟକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ଦେଇଛନ୍ତି । କୋର୍ଟ ପ୍ରକଳ୍ପ ଉପରେ ରହିତାଦେଶ ଜାରି କରିବାକୁ ମନା କଲେ କୋର୍ଟ । ଏହି କାର୍ଯ୍ୟ ଜାରି ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି | ପେନାଲ୍ଟିଂ ସହ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ।

ଏଥିସହ ଦୁଇ ଆବେଦନକାରୀଙ୍କୁ ୨ ଲକ୍ଷ ଲେଖାଏଁ ଜରିମାନା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି | ଏହି କାମ ବିପୁଳ ଜନସ୍ବାର୍ଥ ପାଇଁ କରାଯାଉଛି । ଏଭଳି ଭାବେ ପିଆଇଏଲ୍ ଫାଇଲ୍ କରିବା ଆଇନର ଦୁରୁପଯୋଗ କରୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ପରିକ୍ରମା ପ୍ରକଳ୍ପକୁ ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ମାମଲା । ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମ କୋର୍ଟ । ଗତ ମେ` ମାସ ୯ ତାରିଖରେ ମାମଲାର ଶୁଣାଣି କରିଥିଲେ ଓଡ଼ିଶା ହାଇକୋର୍ଟ ।

ତେବେ ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ହାଇକୋର୍ଟ କୌଣସି ସ୍ଥଗିତାଦେଶ ଦେଇନଥିବାରୁ ଏହା ବିରୋଧରେ ସୁପ୍ରିମ କୋର୍ଟରେ ସୁମନ୍ତ କୁମାର ଘଡ଼େଇ ସମେତ ପୃଥକ ଭାବେ ୩ଟି ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ ହୋଇଥିଲା । ତେବେ ରାଜ୍ୟ ସରକାର ମେ’ ୧୩ ତାରିଖରେ ସୁପ୍ରିମ କୋର୍ଟ ଏହି ମାମଲାରେ କ୍ୟାଭେଟ୍ ଫାଇଲ୍ କରିଥିଲେ ।

Square Ad 1
Leave A Reply

Your email address will not be published.