Webportal

ପୂଜା କଟକଣା; କିନ୍ତୁ ବିନା ଦର୍ଶନାର୍ଥୀରେ ପୋଲିସର ଟ୍ରାଫିକ କଟକଣା; ଲୋକ ନ ଆସିପାରିବାରୁ ଦୈନଦୀନ ବ୍ୟବସାୟ ପ୍ରଭାବିତ ହୋଇ ବୋଝ ଉପରେ ନଳିତାବିଡା; ଏ ସବୁ ଚାଲିଛି ଅନୁଗୁଳ ସହରରେ

sanitry
0 168

ଗଜଲଷ୍ମୀ ପୂଜା ଆରମ୍ଭରୁ ଅନୁଗୁଳ ସହରରେ ସାଧାରଣ ବ୍ୟକ୍ତି ହନ୍ତସନ୍ତ।ଏପରି ଅଭିଯୋଗ ମିଳୁଛି ସାଧାରଣ ଲୋକଙ୍କ ଠାରୁ। ପୂଜା କଟକଣା ଯୋଗୁଁ କେଉଁଠି ସର୍ବସାଧାରଣ ସ୍ଥାନରେ ମେଢ଼ ହୋଇନାହିଁ ତ ଅନ୍ୟଠି ମାଙ୍କୁ ଚାରି ପାର୍ଶ୍ୱରୁ ଆବଦ୍ଧ କରି ପୂଜା ବ୍ୟବସ୍ଥା କରାଯାଇଛି।କୋଭିଡ଼ ସଂକ୍ରମଣ ଏଡ଼ାଇବା ପାଇଁ ଆବଦ୍ଧ ପୂଜାମଣ୍ଡପ  ସମ୍ମୁଖରେ ପୋଲିସ ପହରାଦେଉଛନ୍ତି, ଯାହା ବୋଧହୁଏ ଯଥେଷ୍ଟ।କାରଣ ଲୋକେ କଟକଣା ମାନି ପୂଜା ଦେଖିବା ପାଇଁ ଆସିବା ଦେଖାଯାଉନାହିଁ।କିନ୍ତୁ ସାଧାରଣ ପୂଜା ସମୟ ଭଳି ଫୋର୍ସ ଜମା କରି ଓ ଅସ୍ଥାୟୀ କ୍ୟାମ୍ପ କରି  ସହର ମଧ୍ୟରେ ଟ୍ରାଫିକ କଟକଣା ଆଜିଠାରୁ କଡାକଡି କରାଯାଇଛି ଯା ଦ୍ୱାରା ସାଧାରଣ କାର୍ଯ୍ୟ ପାଇଁ ଲୋକଟିଏ ଭିତରକୁ ଯାଇ ପାରୁନାହିଁ; ଏହା ଫଳରେ ବିଗତ ପ୍ରାୟ ଦୁଇ ବର୍ଷ ଧରି କରୋନା ପାଇଁ ସର୍ବନିମ୍ନ ବ୍ୟବସାୟ କରି ପାରୁ ନ ଥିବା ରାସ୍ତାକଡ଼ ଛୋଟ ବେପାରୀଙ୍କ ଠାରୁ ଆରମ୍ଭ କରି ଛୋଟିଆ ଦୋକାନୀ ମାନେ ଟ୍ରାଫିକ କଟକଣା ଥିବା ସନ୍ଧ୍ୟା ସମୟରେ ବ୍ୟବସାୟ ନ କରିପାରି ଅଜାଗା ଘା ଦେଖେଇ ହେଉନାହିଁ କି କହି ହେଉନାହିଁ ସ୍ଥିତିରେ ଅଛନ୍ତି। ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ମନେହେଲେ ଟ୍ରାଫିକ କଟକଣା ଉଠାଇ ଦେବା ଉଚିତ।

 

 

 

Square Ad 1
Leave A Reply

Your email address will not be published.