ବଲାଙ୍ଗୀର ଜିଲ୍ଲାରେ ଘଟିଯାଇଛି ଏକ ବିଭର୍ସ ହତ୍ୟାକାଣ୍ଡ। ଯେଉଁଥିରେ ଝାରବାହାଲି ଗ୍ରାମର ଜଗଦୀଶ ମନହୀରାଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଥିବା ପରିବାର ଲୋକେ ଆଣିଛନ୍ତି ଅଭିଯୋଗ। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଝାରବାହାଲି ଗ୍ରାମରେ ଘଟିଛି ଏହି ବିଭତ୍ସ ଘଟଣା। ଗତ ଚବିଶ ତାରିଖ ବିଳମ୍ୱିତ ରାତିରେ ଝାରବାହାଲି ଗ୍ରାମର ଜଗଦୀଶ ମନହୀରା ତାଙ୍କ ସାଙ୍ଗ ମାନଙ୍କ ସହ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ ଓ ଫେରିଲା ବେଳକୁ ଡେରି ହୋଇଥିଲା ଯେଉଁଥିପାଇଁ ପଡ଼ିଆ ନିକଟସ୍ଥ ତାଙ୍କ ନିଜର କୁକୁଡ଼ା ଫାର୍ମ ଥିବାରୁ ସେ ରାତି ସେଠି ସୋଇଥିଲେ ଯେଉଁଠି କିଛି ଦୁର୍ବୁର୍ତ୍ତ ତାଙ୍କୁ ଶୋଇଥିବା ଅବସ୍ଥାରେ ହାଣୀ ହତ୍ୟା କରିଥିଲା। ସେପଟେ ଘର ଲୋକେ ସକାଳୁ ନ ଫେରିବାରୁ ତାଙ୍କ ସ୍ତ୍ରୀ କୁକୁଡ଼ା ଫାର୍ମ କୁ ଦେଖିବାକୁ ଯାଇଥିଲେ।ଏବଂ ସେଠି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଗଦୀଶ ଙ୍କ ମୃତ ଦେହ ଦେଖି ଚିତ୍କାର କରିଥିଲେ। ଫଳରେ ଝାରବାହାଳି ଗ୍ରାମର ଶତାଧିକ ଗ୍ରାମବାସୀ ରୁଣ୍ଡ ହୋଇ ନିକଟସ୍ଥ ଟିକ୍ରା ପଡ଼ା ଫାଣ୍ଡି ପୋଲିସ କୁ ସୂଚନା ଦେଇଥିଲେ। ଏବଂ ପରେ ସଇଁତଲା ପୋଲିସ ମଧ୍ୟ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲା। ତଦନ୍ତ ରୁ ଗତ କିଛିଦିନ ତଳେ ସେହି ଗ୍ରାମର ଗଣେଶ ବଗର୍ତ୍ତି ଙ୍କ ସହ ଜଗଦୀଶ ମନହୀରାଙ୍କ ବଚସା ହେବା ସହ ମାଡ଼ପିଟ ମଧ୍ୟ ଦୁହିଁଙ୍କ ମଧ୍ୟରେ ହୋଇଥିବା ପୋଲିସ ସୂଚନା ପାଇଥିଲା,ଯାହାକୁ ଆଧାର କରି ପୋଲିସ ପ୍ରଥମେ ଗଣେଶ ବଗର୍ତ୍ତି ର ବାପା ଓ ତାର ସାନ ଭାଇକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ ଓ ସେପଟେ ଗଣେଶ ବଗର୍ତ୍ତି କୁ ମଧ୍ୟ ପଚରା ଉଚୁରା କରିବା ସମୟରେ ସେ ନିଜେ ନିର୍ମମ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିଲା। ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିବାର ସେ ସୁଯୋଗ ଅପେକ୍ଷାରେ ଥିବା ପୋଲିସ ଆଗରେ କହିଛି। ଯାହା ଗତ ରାତି ସେ ସୁଯୋଗ ପାଇ ଧାରୁଆ ଅସ୍ତ୍ରରେ ଜଗଦୀଶ ମନହୀରା ଙ୍କୁ ଶୋଇଥିବା ଅବସ୍ଥାରେ ମୁଣ୍ଡରେ ଶକ୍ତ ପ୍ରହାର କରି ହତ୍ୟା କରିଥିବା କହିଛି। ତେବେ ହତ୍ୟା ରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହ ପୋଲିସ ତାକୁ କୋର୍ଟ ଚାଲାଣ କରିଛି। ସେପଟେ ଜଗଦୀଶ ମନହୀରା ର ଶବ ବ୍ୟବଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପଟେ ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ଝାର ବାହାଳି ଗ୍ରାମର ଲୋକେ ଭୟଭୀତ ଥିବାବେଳେ ଏହି ଘଟଣା ପରେ ଗ୍ରାମରେ ଶୋକର ଲହରୀ ଖେଳି ଯାଇଛି।