ବିଧାନସଭା ର ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସଦସ୍ୟ ମାନଙ୍କର ନାମ ଘୋଷଣା ହେବାପରେ ବିଧାନସଭା ସଚିବାଳୟ ପକ୍ଷରୁ ସେ ସମ୍ପର୍କିତ ତାଲିକା ପ୍ରକାଶ ପାଇଛି।ପିଏସି ର ଅଧ୍ୟକ୍ଷ ବିରୋଧୀ ଦଳ ନେତା ପ୍ରଦୀପ କୁମାର ନାୟକ, ପ୍ରାକଲନ କମିଟି ଅଧ୍ୟକ୍ଷ ଭାବେ ପ୍ରତାପ କେଶରୀ ଦେବ, ପିୟୁସି ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ, ଅନୁସୂଚିତ ଜାତି ଓ ଜନଜାତି କମିଟି ଅଧ୍ୟକ୍ଷ ଶଶୀଭୂଷଣ ବେହେରା,ସଦାଚାର କମିଟି ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ, ଲାଇବ୍ରେରୀ କମିଟି ଅଧ୍ୟକ୍ଷ ବିଧାୟକ ପ୍ରଦୀପ ମହାରଥୀ ଯେଉଁଥିରେ ସର୍ବାଧିକ ୭୭ ଜଣ ବିଧାୟକ, ବିଧାୟିକା ସଭ୍ୟ ଅଛନ୍ତି।ଏହା ବ୍ୟତୀତ ୫୨ଜଣିଆ ସୁଖ ସ୍ୱାଛନ୍ଦ୍ୟ କମିଟିର ଅଧ୍ୟକ୍ଷ ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂହ,୪୩ଜଣିଆ ସଂମିଶନ କମିଟି ର ଅଧ୍ୟକ୍ଷ ଭାବେ ଡ଼.ପ୍ରମୋଦ ମଲ୍ଲିକ ନିଯୁକ୍ତ ହୋଇଛନ୍ତି।ନିୟମାବଳୀ,ସ୍ବାଧୀକାର, ଗୌଣ ଵିଧାନ, ପିଟିସନ, କାଗଜ ଉପସ୍ଥାପନ ଓ ସରକାରୀ ପ୍ରତିଶ୍ରୁତି କମିଟି ରେ ସାତ ଜଣ ଲେଖାଏଁ ସଭ୍ୟ ଅଛନ୍ତି।ବାଚସ୍ପତି ଙ୍କ ଅଧ୍ୟକ୍ଷତାରେ ଗଠିତ ପରିବେଶ ଗୃହ କମିଟି ରେ ୩୫ଜଣ, ସଂଖ୍ୟା ଲଘୁ ଭାଷା ଭାସି କମିଟି ଓ ରେଳବାଇ ଗୃହ କମିଟିରେ ୩୮ଜଣ ଲେଖାଏଁ ସଭ୍ୟ ଅଛନ୍ତି।ନିୟମାବଳୀ କମିଟି ର ଅଧ୍ୟକ୍ଷ ବାଚସ୍ପତି ରହିଥିବା ବେଳେ ସ୍ବାଧୀକାର କମିଟି ଅଧ୍ୟକ୍ଷ ହେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗୌଣ ବିଧାନସଭା କମିଟି ଅଧ୍ୟକ୍ଷ ରୋହିତ ପୂଜାରୀ, ପିଟିସନ କମିଟି ଅଧ୍ୟକ୍ଷ ବଦ୍ରୀ ନାରାୟଣ ପାତ୍ର, କାଗଜ ଉପସ୍ଥାପନ କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ଓ ପ୍ରତିଶ୍ରୁତି କମିଟିର ଅଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀ ରହିଛନ୍ତି।

Prev Post
Next Post