Webportal

ପ୍ରତିଶ୍ରୁତି ଦେଇଥିଲେ ୭ଟି ଡାକ୍ତରଖାନା କରିବାକୁ କେଜ୍ରିୱାଲ; ହେଲେ ବର୍ଷକ ମଧ୍ୟରେ ଗୋଟିଏ ବି ହେଲାନାହିଁ

ଆରଟିଆଇରେ ଖୁଲାସା

sanitry
0 81

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେଖାଯାଇଥିବା ସ୍ୱପ୍ନର ବାସ୍ତବତା ନେଇ ଏବେ ଏକ ସୂଚନା ଅଧିକାର ରିପୋର୍ଟରେ ପ୍ରକାଶ ପାଇଛି। ଗତ ବର୍ଷ ଦିଲ୍ଲୀରେ ଡାକ୍ତରଖାନା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଇଥିବା ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଫମ୍ପା ଥିଲା ଏବଂ ତାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ବୋଲି ଆରଟିଆଇ ତଥ୍ୟରେ ପ୍ରକାଶ ପାଇଛି । ଜୁଲାଇ ୧, ୨୦୨୧ରୁ ଜୁଲାଇ ୨୦୨୨ ମଧ୍ୟରେ ଦିଲ୍ଲୀରେ କେତେ ଡାକ୍ତରଖାନା ନିର୍ମାଣ ହୋଇଛି ବୋଲି ଟ୍ୱିଟର ବ୍ୟବହାରକାରୀ ଅମିତ କୁମାର ଏକ ଆରଟିଆଇ ଦାଖଲ କରିଥିଲେ। ଦିଲ୍ଲୀ ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପୂରଣ କରୁଛନ୍ତି ତାହା ଜାଣିବାକୁ ସେ ଆରଟିଆଇ ଆବେଦନ କରିଥିଲେ।

ଆରଟିଆଇର ଜବାବ ଦେଇ ଦିଲ୍ଲୀ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ସୂଚନା ଅଧିକାରୀ କହିଛନ୍ତି ଯେ ଦିଲ୍ଲୀ ସରକାର ଜୁଲାଇ ୧, ୨୦୨୧ରୁ ଜୁଲାଇ ୨୦୨୨ ମଧ୍ୟରେ ଗୋଟିଏ ବି ଡାକ୍ତରଖାନା ନିର୍ମାଣ କରିନାହାଁନ୍ତି। ଏହି ଆରଟିଆଇରେ ଅମିତ ଆଉ ତିନୋଟି ପ୍ରଶ୍ନ ପଚାରିଥିଲେ। ସେଥିମଧ୍ୟରୁ ଗୋଟିଏ ହେଲା ଗତ ୧ ବର୍ଷ ମଧ୍ୟରେ ଦିଲ୍ଲୀ ସରକାର ଡାକ୍ତରଖାନାଗୁଡ଼ିକରେ ଆଉ କେତେ ଶଯ୍ୟା ବଢାଇଥିଲେ ? ଦ୍ୱିତୀୟରେ, କେଜ୍ରିୱାଲ ସରକାରଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ ଡାକ୍ତରଖାନାରେ କେତେ ଆମ୍ବୁଲାନ୍ସ ନୂଆ ଭାବେ ସାମିଲ କରାଯାଇଥିଲା ବୋଲି ପଚରାଯାଇଥିଲା?

Square Ad 1
Leave A Reply

Your email address will not be published.