ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ହେଉଛି ସରକାରଙ୍କ ଅର୍ଥନୈତିକ କାର୍ଯ୍ୟକ୍ରମ ରେ ଅନ୍ତର୍ଗତ କରିବା ପାଇଁ ଏକ ବୈପ୍ଳବିକ ପଦକ୍ଷେପ ଯାହା ଭାରତର ସମସ୍ତ ନାଗରିକଙ୍କ ପାଇଁ ଉନ୍ମୁକ୍ତ।ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଅର୍ଥନୈତିକ ଯୋଜନା ଯେପରିକି ବ୍ୟାଙ୍କ ଆକାଉଣ୍ଟ, ନେଣଦେଣ୍,ଋଣ, ଇନ୍ସୁରାନ୍ସ ଓ ପେନସନ ଆଦି କୁ ସାଧାରଣ ନାଗରିଜଙ୍କ ସହଜ ପହୁଞ୍ଚ।ଏହି ଖାତା ୧୦ ବର୍ଷରୁ ଉର୍ଦ୍ଧ୍ବ ବୟସଙ୍କ ଦ୍ଵାରା ବ୍ୟାଙ୍କ ବା ପୋଷ୍ଟ ଅଫିସରେ ଜିରୋ ବାଲାନ୍ସ ରେ ଖୋଲା ଯାଇପାରିବ।ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୮ ଅଗଷ୍ଟ ୨୦୧୪ ମସିହାରେ ଆରମ୍ଭ କରାଯାଇଥିଲା।ଏହା ପୂର୍ବରୁ ଯୋଜନାର ଘୋଷଣା ଐତିହାସିକ ଲାଲକୀଲାରୁ ୧୫ ଅଗଷ୍ଟ୨୦୧୪ ରେ କରାଯାଇଥିଲା। ଏହା ଅନ୍ତର୍ଗତ ଇଛୁକ ଲାଭାର୍ଥୀ କୌଣସି ଏକ ବ୍ୟାଙ୍କରେ ଜନଧନ ଖାତା ଖୋଲିବା ପରେ ବିନା କୌଣସି କାଗଜପତ୍ରରେ ୧୦୦୦୦ ଟଙ୍କା ଲୋନ ନେଇ ପାରିବେ। ସରକାରୀ ଯୋଜନା ସବୁର ଲାଭ ସିଧାସଳଖ ଏହି ଖାତା ଜରିଆରେ ମିଳେ।ପ୍ରତ୍ୟେକ ପରିବାରରୁ ଗୋଟିଏ ଖାତା ବିଶେଷ କରି ମହିଳାଙ୍କ ଖାତାରେ ୫୦୦୦ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ମିଳିବ। ଏହି ଉଭୟ ଋଣ ପାଇଁ ଅଧିକତମ ବୟସ ସୀମା ହେଲା ୬୫।
କିନ୍ତୁ ଏହି ଯୋଜନାର ସଫଳତା ସରକାରଙ୍କ ଦାବିଠାରୁ ବହୁତ ଦୂରରେ।ସରକାରଙ୍କ ଦାବିହେଲା ଏହି ଯୋଜନାରେ ୯୯% ରୁ ଅଧିକ ପରିବାର ବ୍ୟାଙ୍କ ଆକାଉଣ୍ଟ ସହ ଯୋଡ଼ି ହୋଇଛନ୍ତି।କିନ୍ତୁ ଓଭରସିଜ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ର ଏକ ରିପୋର୍ଟ ଅନୁଯାୟୀ ସତ୍ୟତା ହେଲା ଜନଧନ ଖାତା ଥିବା ପ୍ରାୟ ୮୦% ଲୋକଙ୍କ ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟ ଅଛି।ଏହା ମଧ୍ୟରେ ଅଚଳ ଜନଧନ ଖାତା ଗୁଡିକର ସଂଖ୍ୟା ବୃଦ୍ଧି ପାଇଛି।ଏହି ଯୋଜନା ସଫଳ ହେବାର ଯଥେଷ୍ଟ ପ୍ରମାଣ ମିଳୁନାହିଁ।ଆମ ଅନୁସନ୍ଧାନରୁ ଜାଣିବାକୁ ମିଳିଲା ଯେଏଥିପାଇଁ ବ୍ୟାଙ୍କ ଗୁଡିକ ଅତିମାତ୍ରାରେ ଦାୟି।ଜିରୋ ବାଲାନ୍ସ ଏଡ଼ାଇବା ପାଇଁ ବ୍ୟାଙ୍କ ମାନେ ଜବରଦସ୍ତ କିଛି ଟଙ୍କା ଖାତାରେ ରଖିବା ପାଇଁ ବାଧ୍ୟ କରୁଛନ୍ତି।ଆହୁରି ମଧ୍ୟ ଉପରେ କୁହା ଯାଇଥିବା ୫୦୦୦ କିମ୍ବା ୧୦୦୦୦ ଟଙ୍କାର ଋଣ ବ୍ୟାଙ୍କ ଗୁଡିକ ଦେବା ପାଇଁ ସିଧାସଳଖ ମନା କରିଦେଇଛନ୍ତି।ଯଦିବା କିଛି ଲୋକଙ୍କୁ ଏହି ସୁବିଧା ଦିଆଯାଉଛି ତାହା ବ୍ୟାଙ୍କ ଗୁଡ଼ିକର ବେଆଇନ ଦଲାଲ ମାନଙ୍କ ଜରିଆରେ ଓ ଲାଞ୍ଚ ନେଇ।ହଁ ନୋଟବନ୍ଦୀ ର ତୁରନ୍ତ ପରେ ଜନଧନ ଖାତା ଗୁଡ଼ିକରେ ଅପ୍ରତ୍ୟାଶିତ ଭାବେ ନେଣଦେଣ ବୃଦ୍ଧି ପାଇଥିଲା।ଏହା କଳାଧନ କାରବାର କରିବାକୁ ଅସାଧୁ ବ୍ୟାଙ୍କ ଅଧିକାରୀଙ୍କ ସହାୟତାରେ ସମ୍ଭବ ହୋଇଥିଲା।
ସରକାରରେ ଥିବା ଦଳ ଭୋଟବ୍ୟାଙ୍କ ସୃଷ୍ଟି ଜରିବା ପାଇଁ କେବଳ ଯୋଜନାର ଢୋଲ ବଜେଇ ଦେଲେ ହେବ ନାହିଁ।ଏହି ଯୋଜନାର ଆଶାତୀତ ସଫଳତା ପାଇଁ ସିଧାସଳଖ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।ନଚେତ ଯୋଜନା ତ ହେଉଥିବ, କିନ୍ତୁ ସାଧାରଣ ଲୋକ ଉପକାର ପାଇବା ପରିବର୍ତ୍ତେ ଅସାଧୁ କର୍ମଚାରୀ ଓ ଦଲାଲ ମାନେ ନିଜ ଅନୈତିକ ରୋଜଗାର ବୃଦ୍ଧି କରି ଚାଲୁଥିବେ।