Webportal

ପ୍ରହସନ ପାଲଟିଛି ମୋଟରଯାନ ପ୍ରଦୂଷଣ ଯାଞ୍ଚ

sanitry
0 200

ରାଜ୍ୟରେ ଦୁଇ ଚକିଆ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ମୋଟରଯାନ ମାନଙ୍କ ପାଇଁ ବୈଧ ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ ନିହାତି ଆବଶ୍ୟକ। ନଚେତ ଜୋରିମାନା ଦେବାକୁ ହେବ,ଗାଡିର ଫିଟନେସ ହେବନାହିଁ ଇତ୍ୟାଦି ଇତ୍ୟାଦି। ପ୍ରଦୂଷଣ ମନୁଷ୍ୟ ଜୀବନକୁ ବିଷର ବଳୟ କୁ ଠେଲି ଦେଇଥିବା ବେଳେ ଏହା ନିଶ୍ଚିତ ଭାବେ ଏକ ନିହାତି ଜରୁରୀ ପଦକ୍ଷେପ, ଯାହା ଗାଡି ମୋଟର ଗୁଡ଼ିକର ନିର୍ଧାରିତ ମାନ ଅନୁଯାୟୀ ପ୍ରଦୂଷଣ ମାତ୍ରା ପରଖିବାରେ ସାହାଯ୍ୟ କରିବା କଥା।କିନ୍ତୁ ହେଉଛି କଣ? ପ୍ରଦୂଷଣ ଯାଞ୍ଚ ଜରିବା ପରିବର୍ତ୍ତେ କେବଳ ଗାଡିର ଫଟୋ ଉଠାଇ ଓ ନିର୍ଧାରିତ ଫିସ ନେଇ ବୈଧ ସାର୍ଟିଫିକେଟ ଦେଇ ଦିଆ ଯାଉଛି। ଯାହା କେବଳ ରାଜକୋଷ ଭର୍ତ୍ତିକରିବା ପାଇଁ। ତେବେ ପ୍ରଦୂଷଣ ଯାଞ୍ଚ ନାଁ ରେ ଫାର୍ସ କଣପାଇଁ? ତାହା ଫୁଣି ନିର୍ବାଚିତ ସରକାରଙ୍କ ଦ୍ୱାରା, ଯାହାର ଦାଇତ୍ୱ ଲୋକଙ୍କୁ ପ୍ରଦୂଷଣ ରୁ ବଞ୍ଚାଇବା ନା କି ଅଧିକ ପ୍ରଦୂଷଣ ମୁହଁକୁ ଠେଲିବା।ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଯାଞ୍ଚ କଡାକଡି କରିବା ର ଆବଶ୍ୟକତା ରହିଛି।ଏଥିପାଇଁ ସରକାର ରେ ଥିବା ବ୍ୟକ୍ତି ଓ ଅମାଲତନ୍ତ୍ର ମାନଙ୍କୁ ଦାଇତ୍ୱବାନ ହୋଉ ଲୋକଙ୍କ ହିତରେ କାର୍ଯ୍ୟ କରିବା ର ଆବଶ୍ୟକତା ରହିଛି।

Square Ad 1
Leave A Reply

Your email address will not be published.