Webportal

ପ୍ରେମରେ ପ୍ରତାରଣା ଅଭିଯୋଗ କରି ଆତ୍ମାହୁତି ଉଦ୍ୟମ

sanitry
0 372

ବିବାହର ପ୍ରଲୋଭନ ପାଇ ଯୌନ ଶୋଷଣର ଶିକାର ହୋଇଥିବା ଜଣେ ଯୁବତୀ ନ୍ୟାୟ ନ ପାଇ ଅନୁଗୁଳ ଏସପି ଙ୍କ ନିକଟକୁ ଅଭିଯୋଗ କରିବାକୁ ଆସି ଏସପି ଙ୍କ ଅଫିସ ଆଗରେ କିରାସିନି ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ କର୍ମଚାରୀ  ଅଟକାଇଲେ । ଘଟଣାରୁ ପ୍ରକାଶ   ଜରପଡା ଥାନା ଡେରେଜେଙ୍ଗ ଗ୍ରାମର ସୁବାସ ବେହେରା ତୁବେ ଗ୍ରାମର ଅକ୍ଷୟ ସାହୁଙ୍କ ଝିଅ ଛଦ୍ମନାମ ସବିତା ଙ୍କୁ ବିବାହର ପ୍ରଲୋଭନ ଦେଖାଇ ଯୌନ ଶୋଷଣ କରି ଗର୍ଭବତୀ କରି ପ୍ରତାରଣା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତାଙ୍କ କହିବା ଅନୁଯାୟୀ ଜରପଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୋଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଅନୁଗୋଳ ଏସପି ଙ୍କ ନିକଟକୁ ଆସି ଆତ୍ମହୁତି ପାଇଁ ଉଦ୍ୟମ କରିଥିଲେ । ଖବର ଲେଖା ଯିବା ଯାଏ ଏସ୍ପି ଙ୍କୁ ଭେଟିବା ପାଇଁ ପିଡିତା ଅପେକ୍ଷା କରିଥିଲେ।

Square Ad 1
Leave A Reply

Your email address will not be published.