ବିଦ୍ୟୁତ ଖୁଣ୍ଟ ପୋତା କୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ୫ରୁ ଅଧିକ ଆହତ । ଫୁଲନଖରା ଅନ୍ତର୍ଗତ ଜନ୍ମଜୟପୁର ଏବଂ ଖୁନୁକାର ଗାଁ ମଧ୍ୟରେ ଫୋନି ବାତ୍ୟା ରେ ଉପୁଡ଼ି ଯାଇଥିବା ବିଦ୍ୟୁତ ଖୁଣ୍ଟ ପୋତା ଏବଂ କେଉଁ ଗାଁ କୁ ପ୍ରଥମେ ବିଦ୍ୟୁତ ସଂଯୋଗ ଦିଆଯିବା କଥା କୁ କେନ୍ଦ୍ର କରି କାଲି ବିଳମ୍ବିତ ରାତିରେ ପ୍ରଥମେ ଉଭୟ ଗ୍ରାମବାସୀ ଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ପରେ ଏହା ଉଗ୍ରରୂପ ଧାରଣ କରିଥିଲା ଉଭୟ ଗାଁ ର ଶତାଧିକ ଲୋକେ ଠେଙ୍ଗା, ବାଡି ଲୁହାରଡ଼ ଓ ଢେଲାପଥର ମାଡ଼ ସହ ଆକ୍ରମଣ ପ୍ରତିଆକ୍ରମଣ ରେ ୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏମିତିବି ମହିଳା, ବୃଦ୍ଧ ବ୍ୟକ୍ତି ମଧ୍ୟ ମାଡରୁ ବାଦ୍ ପଡି ନାହାଁନ୍ତି । ଖବର ପାଇ ଘଟଣାସ୍ଥଳରେ ପାହାଳ ଫାଣ୍ଡି ପୋଲିସ ଏବଂ ବାଲିଅନ୍ତା ପୋଲିସ ପହଞ୍ଚି ଥିଲେ କିନ୍ତୁ ପୋଲିସ ଉପସ୍ଥିତି ଥାଇ ମଧ୍ୟ ଗଣ୍ଡଗୋଳ ହୋଇଥିଲା ପୋଲିସ ନିରୁପାୟ ହୋଇ ସବୁ ଦେଖିବା ସହ ଗଣ୍ଡଗୋଳ ରୋକିବା ପାଇଁ କୈାଣସି ଉପାୟ ପାଇନଥିଲା ପରେ ଫୋର୍ସ ସହ ଏସିପି ଅମରେନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଁ ର ଲୋକଙ୍କୁ ଘଉଡାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏନେଇ ଉଭୟ ଗାଁ ର ଗ୍ରାମବାସୀ ପାହାଳ ଫାଣ୍ଡି ରେ ଉଭୟ ବିରୋଧରେ ଅଭିଯୋଗ ଆଣିଥିବା ଜଣାପଡିଛି। ବିଳମ୍ବିତ ରାତି ରୁ ବର୍ତ୍ତମାନ ସୁଦ୍ଧା ଉତ୍ତେଜନା କମିନଥିବାରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।