ଅନୁଗୁଳ ଜିଲ୍ଲାର ବଅଁରପାଳ ଡ୍ରାଇଭର ମହାସଂଘ ଦ୍ଵାରା ଓଡିଶା ଡ୍ରାଇଭର ମହାସଂଘ ତରଫରୁ କରାଯାଇ ଥିବା ନଅ ଦଫା ଦାବି କୁ ଶୀଘ୍ର ପୁରଣ କରିବା ସହିତ ଆଉ ସମୟ ର ଦୁରୂପଯୋଗ ନ କରି ଏହି ନାର୍ଯ୍ୟ ଦାବି ଗୁଡିକୁ ପୂରଣ କରିବା ପାଇଁ ଗଣମାଧ୍ୟମ ଜରିଆରେ ସରକାର ଙ୍କୁ ଅନୁରୋଧ କରିଛନ୍ତି । ଗତ 18 ଅକ୍ଟୋବର ଠାରୁ ଛଅ ପାଣ୍ଡବ ଯେଉଁ ଦଣ୍ଡ ବତ ଯାତ୍ରା ଆରମ୍ଭ କରିଥିଲେ ଆଉ ଅଳ୍ପ ଦିନ ମଧ୍ୟରେ ସେମାନେ ନିଜର ସେହି ଯାତ୍ରାରେ ନବୀନ ନିବାସ ପର୍ଯ୍ୟନ୍ତ ପହଞ୍ଚିବେ । ସେମାନଙ୍କ ଦ୍ଵାରା ଯେଉଁ ଦାବି ଗୁଡିକ ଉପସ୍ଥାପନ କରାଯାଉଛି ତାହାକୁ ପୂରଣ ନ କରିଲେ ଷ୍ଟିୟାରୀଙ୍ଗ ଛାଡ଼ ଆନ୍ଦୋଳନ ସହିତ ସରକାର ଙ୍କୁ ସେମାନଙ୍କ ଦ୍ଵାରା ହେଉଥିବା କାର୍ଯ୍ୟ ରୁ ସେମାନେ ନିବୃତ ରହିବେ ବୋଲି ଶପଥ ନେଇଛନ୍ତି । ବଅଁରପାଳ ବ୍ଲକରେ ତିନିଟି ସ୍ଥାନରେ ଆଜି ଏହି ପ୍ରତିବାଦ ଓ ସାଙ୍ଗଠନିକ ସଭାର ଆୟୋଜନ କରାଯାଇଥିଲା ସେଗୁଡିକ ହେଲା କାଣ୍ଡସର ଗ୍ରାମ ପଞ୍ଚାୟତ ଡ୍ରାଇଭର ମହାସଂଘ ଦ୍ଵାରା କାଣ୍ଡସର ଶିବ ମନ୍ଦିର ପ୍ରାଙ୍ଗଣରେ , ମହିଧର ପୁର ଗ୍ରାମ ପଞ୍ଚାୟତ ଦ୍ଵାରା ମା ଖୁମ୍ବେଶ୍ୱରୀ ପୀଠ ଠାରେ ଓ ମରାତିରା ଗ୍ରାମ ପଞ୍ଚାୟତ ଦ୍ଵାରା ମରାତିରା ଠାରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ର ସମସ୍ତ ଡ୍ରାଇଭର ମାନେ ଉପସ୍ଥିତ ଥିଲେ । ଏଥିରେ ଆଗାମୀ ଦିନରେ ଡ୍ରାଇଭର ମହସଂଘ ନେବାକୁ ଥିବା ନିଷ୍ପତ୍ତି ର ସଠିକ ପାଳନ ଉପରେ ଆଲୋଚନା କରିଥିଲେ ।