Webportal

ବଜ୍ରପାତ ନେଲା ଦୁଇ ଅମୂଲ୍ୟ ଜୀବନ

sanitry
0 239

ଅନୁଗୁଳ ଜିଲ୍ଲାରେ ଶୁକ୍ରବାର କାଳ ବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ , ଘଡଘଡି ଓ କୁଆପଥର ମାଡ଼ ହୋଇଥିଲା । ତେବେ ଏହି କାଳବୈଶାଖୀ ସମୟରେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ବ୍ଲକ ବାଲୁଅକଟା ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବଅଁରପାଳ ବ୍ଲକ ବନ୍ଦାଣପଶି ଗାଁରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବାଳୁଅକଟା ଗାଁର ନାରାୟଣ ସାହୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେହିପରି ବନ୍ଦାଣପଶି ଗାଁର ବାବାଜୀ ସାହୁ ନାମକ ଜଣେ ଯୁବକ ଗାଁ କ୍ଲବ ଘରୁ ନିଜ ଘରକୁ ଯାଉଥିବା ବେଳେ ବଜ୍ରପାତ ହୋଇଥିବା ବେଳେ ତାଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Square Ad 1
Leave A Reply

Your email address will not be published.