Webportal
Adarasha College

ବାଂଲାଦେଶରେ ସୁପ୍ରିମକୋର୍ଟ କବଜା କଲେ ଆନ୍ଦୋଳନକାରୀ

sanitry
0 69

ବାଂଲାଦେଶରେ ସୁପ୍ରିମକୋର୍ଟ କବଜା କଲେ ଆନ୍ଦୋଳନକାରୀ।କୋର୍ଟ କୋଠାକୁ ନେଇଯାଇଥିଲେ କବଜାକୁ । ଆଉ ପ୍ରଧାନ ବିଚାରପତିଙ୍କୁ ଇସ୍ତଫା ପାଇଁ ଦେଇଥିଲେ ଅଲଟିମେଟମ । ପରିଣାମ ସେଇଆ ହିଁ ହେଲା । ସମସ୍ତ ବିଚାରପତିଙ୍କ ସମେତ ପ୍ରଧାନ ବିଚାରପତି ପଦରୁ ଦେଇଥିଲେ ଇସ୍ତଫା । ଆଉ ସେପଟେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମହମ୍ମଦ ୟୁନୁସ । ହିଂସାରୁ ବିରତ ନ ରହିଲେ ଗାଦି ଛାଡିଦେବେ ବୋଲି ଦେଇଛନ୍ତି ଚେତାବନୀ ।ଟାର୍ଗେଟ୍ ଥିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଓବେଇଦୁଲ୍ ହାସନ୍ । ଶନିବାର ପ୍ରଧାନ ବିଚାରପତି ସମସ୍ତ ଖଣ୍ଡପୀଠର ବିଚାରପତିଙ୍କୁ ନେଇ ଫୁଲ୍ କୋର୍ଟ ବୈଠକ ଚଳାଇଥିଲେ । ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ନଜଣାଇ ଫୁଲ୍ କୋର୍ଟ ବୈଠକ ଡକାଇଥିଲେ ସେ । ଯାହାକୁ ନେଇ ବିଭିନ୍ନ ଛାତ୍ର ସଂଗଠନ ଭୟଙ୍କର ସନ୍ଦେହ କରିଥିଲେ । ମଧ୍ୟବର୍ତ୍ତୀକାଳୀନ ସରକାରଙ୍କଠାରୁ କ୍ଷମତା ଛଡ଼ାଇ ନେବାକୁ ପ୍ରଧାନ ବିଚାରପତ ଫୁଲ୍ କୋର୍ଟ ବୈଠକ ଚଳାଇଥିବା ସେମାନେ ସନ୍ଦେହ କରିଥିଲେ । ଆଉ ସଙ୍ଗେ ସଙ୍ଗେ ସୁପ୍ରିମକୋର୍ଟକୁ ଘେରି ଯାଇଥିଲା । ଘଣ୍ଟାକ ମଧ୍ୟରେ ପ୍ରଧାନ ବିଚାରପତି ପଦରୁ ଜଷ୍ଟିସ୍ ଓବେଇଦୁଲ୍ ହାସନ୍ ଇସ୍ତଫା ଦେବାକୁ ସେମାନେ ଅଲ୍‌ଟିମେଟମ୍ ଦେଇଥିଲେ । କୋର୍ଟ ପରିସର ମଧ୍ୟରେ ଧସେଇ ପଶିଥିଲେ, କୋର୍ଟ କୋଠା ଉପରକୁ ବି ଚଢ଼ି ଯାଇଥିଲେ । ପରିସ୍ଥିତି ଦେଖି ପ୍ରଧାନ ବିଚାରପତିଙ୍କ ପିଳେହି ପାଣି ହୋଇଯାଇଥିଲା । ଫଳରେ ବାଧ୍ୟ ହୋଇ ସେ ଇସ୍ତଫା ଦେଇଛନ୍ତି । କେବଳ ସେ କାହିଁକି ସୁପ୍ରିମକୋର୍ଟର ସମସ୍ତ ବିଚାରପତି ତାଙ୍କ ପଦରୁ ଦେଇଛନ୍ତି ଇସ୍ତଫା ।

Onida Ad
Square Ad 1
Leave A Reply

Your email address will not be published.