Webportal

ବାଘ ମୃତୁ ପାଇଁ ଦୁଇ ନିଲମ୍ବିତ

sanitry
0 163

ଆଠଗଡ ବନଖଣ୍ଡ ଅନ୍ତର୍ଗତ ହରିଡାପଶି ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘ ମୃତ୍ୟୁ ଘଟଣା ରେ ଫରେଷ୍ଟର ସୁଚରିତା ସାମନ୍ତରାୟ ଓ ଫରେଷ୍ଟ ଗାର୍ଡ ଚନ୍ଦନ ସାହୁଙ୍କୁ ଚାକିରୀ ରୁ ନିଲମ୍ବିତ କଲା ବନବିଭାଗ।ଗତ ୧୬ ତାରିଖରେ ବିରଳ ପ୍ରଜାତିର କଲରାପତରିଆ ବାଘର ମୃତ୍ଯ ଘଟିଥିଲା ଯାହାକୁ ଗଣମାଧ୍ୟମ ଠାରୁ ଲୁଚେଇବାକୁ ଯାଇ ବନବିଭାଗ ବାଘର ଫଟୋ କି ଭିଡିଓ ଉଠାଇବାକୁ ଗଣମାଧ୍ୟମ କୁ ଦେଇନଥିବା ବେଳେ ଲୁଚାଇ ବାଘଟିକୁ ପୋଡି ଦେଇଥିଲେ। ଘଟଣାର ଖବର ଗଣମାଧ୍ୟମ ରେ ପ୍ରସାରଣ ହେବା ପରେ ବନବିଭାଗ ଆଜି ଦୁଇଜଣ ବନ କର୍ମଚାରୀ ଙ୍କୁ ନିଲମ୍ବିତ କରିଛି। ତେବେ ବାଘ ମୃତ୍ୟୁ ର କାରଣ ଖୋଜିବା ପରିବର୍ତେ ବନବିଭାଗ ଦୁଇ କର୍ମଚାରୀ ଙ୍କୁ ତରବରିଆ ଭାବେ ନିଲମ୍ବିତ କରି କଣ ପ୍ରତିପାଦିତ କରିବାକୁ ଚାହୁଁଛନ୍ତି। ବନଖଣ୍ଡ ଅଧିକାରୀ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ତଳିଆ କର୍ମଚାରୀ ଙ୍କୁ ନିଲମ୍ବିତ କରିବାର ସନ୍ଦେହ ସୃଷ୍ଟି ହୋଇଛି।ବାଘ ଶିକାରୀ ଏବେ ଖୋଲା ଆକାଶ ତଳେ ବୁଲୁଥିବା ବେଳେ ବନବିଭାଗ ର ଏଭଳି ନିଲମ୍ବନକୁ ନେଇ ଚର୍ଚ୍ଚା ଜୋର ଧରିଛି।

Square Ad 1
Leave A Reply

Your email address will not be published.