Webportal

ବାହାରେ ପାସ, ଘରେ ଫେଲ; ଓଡ଼ିଶାରେ କାମ କରୁନି ଧର୍ମେନ୍ଦ୍ରଙ୍କ ମ୍ୟାଜିକ

sanitry
0 97

ଆଜିର ବ୍ରଜରାଜନଗର ଉପନିର୍ବାଚନ ଫଳ ଆସିବା ପରେ ରାଜ୍ୟ ରାଜନୀତିରେ ପୁନର୍ବାର କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ଅଘୋଷିତ ମୁଖିଆ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଧର୍ମେନ୍ଦ୍ରଙ୍କ ପ୍ରଚାର ମଇଦାନରେ ଉପସ୍ଥିତି ବାଦ୍ ଭି ଦଳକୁ ତିନି ନମ୍ବର ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନ ବାବୁ ଜାତୀୟ ସ୍ତରରେ ବିଭିନ୍ନ ରାଜ୍ୟର ନିର୍ବାଚନ ସମୟରେ ଦଳକୁ ଜିତାଇବାର୍ ଭାର ନିଜ ମୁଣ୍ଡରେ ନେଇ ସର୍ବଦା କୃତକାର୍ଯ୍ୟ ବା ସଫଳ ହୋଇଛନ୍ତି। ଉଦାହରଣ ସ୍ୱରୂପ ମଧ୍ୟପ୍ରଦେଶ, ବିହାର ଆଦି ରାଜ୍ୟ ଓ ନିକଟରେ ଶେଷ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଯାହାକି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ ଭାବେ ବିବେଚିତ ହୋଇଥିଲା। ସବୁଠି ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟିଚାଳନା ବିଜେପିକୁ ବୃହତ୍ ବିଜୟ ହାସଲ କରିବାରେ ସହାୟକ ହୋଇଛି।

କିନ୍ତୁ ପ୍ରଧାନଙ୍କ ନିଜ ଗୃହ ରାଜ୍ୟ ଓଡ଼ିଶା କଥା ଯଦି କହିବା ଏଠାରେ କୌଣସି ବି ନିର୍ବାଚନରେ ଧର୍ମେନ୍ଦ୍ର ବାବୁ ନିଜ ଦଳ ବିଜେପିକୁ ଏକ ନମ୍ବର କରାଇବାରେ ସମର୍ଥ ହେଇ ନାହାନ୍ତି। ସଦ୍ୟ ସମାପ୍ତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେପିର ଖରାପ ପ୍ରଦର୍ଶନ ପାଇଁ ଧର୍ମେନ୍ଦ୍ରଙ୍କ ପ୍ରଚାର ନ କରିବାକୁ ରାଜ୍ୟ ବିଜେପି ପକ୍ଷରୁ ପ୍ରମୁଖ କାରଣ ଭାବେ ଦର୍ଷାଗଲା। ସେହି ସମୟରେ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବରେ ଥିବା ଯୋଗୁଁ ଧର୍ମେନ୍ଦ୍ର ବାବୁ ରାଜ୍ୟରେ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରି ନ ଥିଲେ। କିନ୍ତୁ ଚଳିତ ବ୍ରଜରାଜନଗର ବିଧାନସଭା ଉନିର୍ବାଚନରେ ସେ ପ୍ରତ୍ୟକ୍ଷ ଭାବେ ପ୍ରଚାର ମଇଦାନରେ ଓହ୍ଲାଇବା ପରେ ମଧ୍ୟ ବିଜେପି ପୂର୍ବଥର ଅପେକ୍ଷା ଖରାପ ପ୍ରଦର୍ଶନ କରି ତୃତୀୟ ସ୍ଥାନରେ ରହିଲା।

ରାଜ୍ୟ ବାହାରେ ଧର୍ମେନ୍ଦ୍ରଙ୍କ ଯାଦୁ ଚାଲୁଥିବା ବେଳେ କୌଣସି ନିର୍ବାଚନରେ ଓଡ଼ିଶାରେ କାହିଁକି ସେ ନିଜ ପ୍ରଭାବ ଦେଖାଇବାରେ ଅସଫଳ ତାହାର ତର୍ଜମା ନିଜେ ସେ କରିବା ସହ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ମଧ୍ୟ କରିବାର ଆବଶ୍ୟକତା ରହିଛି। ଏହା ସହିତ ରାଜ୍ୟ ବିଜେପିରେ ଗୋଷ୍ଠୀ ବିବାଦ ଶେଷ କରାଇ ଡମି ନେତୃତ୍ୱ ବଦଳରେ ଦକ୍ଷ ନେତୃତ୍ୱ କୁ କ୍ଷମତା ଏବଂ ଦାୟିତ୍ଵ ଉଭୟ ଦେବାର ଆବଶ୍ୟକତା ରହିଛି। ନଚେତ୍ ରାଜ୍ୟ ନିର୍ବାଚନୀ ରାଜନୀତିରେ ଆଗକୁ ମଧ୍ୟ ଧର୍ମେନ୍ଦ୍ରଙ୍କ ମ୍ୟାଜିକ ଫେଲ ମାରିବାର ଆଶଙ୍କା ରହିଛି।

Square Ad 1
Leave A Reply

Your email address will not be published.