Webportal

ବିଜେପି ନାରୀ ସମ୍ମାନ କଥା କହୁଥିବା ବେଳେ ତାଙ୍କ ସାଂସଦ ମମତା ବାନାର୍ଜୀଙ୍କ ବିରୋଧରେ ଦେଲେ ଅଶାଳୀନ ମନ୍ତବ୍ୟ

sanitry
0 110

ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ରାନନୈତିକ ପ୍ରତିଦ୍ୱନ୍ଦ୍ୱିତା ବଢିବାରେ ଲାଗିଛି । ଏହାମଧ୍ୟରେ ଦୁଇ ଦଳ ମଧ୍ୟରେ ବୟାନବାଜି ମଧ୍ୟ ଜୋର୍ ଧରିଛି । ଏହି କ୍ରମରେ ବିଜେପିର ସାଂସଦ ସୌମିତ୍ର ଖାନ୍ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବାକୁ ଯାଇ ତାଙ୍କ ବିରୋଧରେ ଏକ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ସୌମିତ୍ର ମମତାଙ୍କ ବୈବାହିକ ସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି ।ଏହାସହ ଆପଣଙ୍କୁ କୁମାରୀ ନା ଶ୍ରୀମତି କହି ଡକାଯିବ ବୋଲି ସେ ମମତାଙ୍କୁ ପ୍ରଶ୍ନ ପଚାରିଛନ୍ତି । ଏହି ବୟାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହେବାରେ ଲାଗିଛି । ତେବେ ଟିଏମସି ପକ୍ଷରୁ ଏହି ବୟାନ ଉପରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।

ସୂଚନାନୁସାରେ, ସୌମିତ୍ର ରବିବାର ବାଙ୍କୁରା ଜିଲ୍ଲା ଗସ୍ତ କରିଥିଲେ । ଏଥିରେ ଜନତାଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ, ଟିଏମସି ମହାସଚିବ ଅଭିଷେକ ବାନାର୍ଜୀ ଜମତାରା ଗ୍ୟାଙ୍ଗ୍ ସହ ସଂସ୍ପର୍ଶରେ ଅଛନ୍ତି । ସେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଇଭିଏମ୍ ଲୁଟିବା ଉଦ୍ୟମ କରିପାରନ୍ତି । ନିର୍ବାଚନରେ ହସ୍ତକ୍ଷେପ କଲେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେବେ । ଟିଏମସିର ସବୁ ବେଆଇନ ନେଣଦେଣ ବାବଦରେ ଖୁଲାସା କରିବେ । ସେ ଆହୁରି କହିଥିଲେ ଯେ, ମମତାଙ୍କୁ ଶ୍ରୀମତି ନା କୁମାରୀ କୁହାଯିବ ତାହା ପ୍ରଥମେ ସେ ସ୍ପଷ୍ଟ କରିବା ଦରକାର । ଏହାସହ ଟିଏମସି ବିରୋଧୀ ନେତାଙ୍କୁ ବିଜେପିରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ଏହାସହ ସିପିଆଇ ଏମ ମଧ୍ୟ ବିଜେପିକୁ ମମତାଙ୍କ ବିରୋଧରେ ସମର୍ଥନ କରିବା ଦରକାର ବୋଲି ସେ କହିଛନ୍ତି ।

Square Ad 1
Leave A Reply

Your email address will not be published.