Webportal

ବିବାଦ ସୃଷ୍ଟିକାରୀ ସରକାର: ସ୍ବାଧୀନତା ଦିବସ ବିଜ୍ଞାପନରୁ ନେ‌ହରୁଙ୍କ ଛବି ବାଦ୍ ଦେଲା କର୍ଣ୍ଣାଟକ

sanitry
0 105

ସ୍ବାଧୀନତା ଦିବସ ବିଜ୍ଞାପନରେ କର୍ଣ୍ଣାଟକର ବିଜେପି ସରକାର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଛବିକୁ ବାଦ୍ ଦେଇଥିବାରୁ କଂଗ୍ରେସ ଏହାର ତୀବ୍ର ନିନ୍ଦା କରିଛି। କଂଗ୍ରେସ ନେତା ଏମ୍ ସିଦ୍ଦରାମୈୟା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର କ୍ରୀତଦାସ ବୋଲି କହିଛନ୍ତି। ସୂଚନାଯୋଗ୍ୟ କର୍ଣ୍ଣାଟକ ସରକାର ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି। ଏଥିରେ ଭିଡି ସାବରକରଙ୍କ ସମେତ ବିଭିନ୍ନ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋ ଦିଆଯାଇଛି, କିନ୍ତୁ ନେହରୁଙ୍କ ଫଟୋ ଦିଆଯାଇ ନାହିଁ। ଏହାକୁ ନେଇ ବିରୋଧୀ ଦଳ ନେତା ସିଦ୍ଦରାମୈୟା ଟ୍ବିଟ୍ କରି ସାବରକରଙ୍କ ଫଟୋ ଦିଆଯିବାକୁ ସମାଲୋଚନା କରିବା ସହ ସେ ବ୍ରିଟିଶ୍ ସରକାରଙ୍କ ବୋଲକରା ଥିଲେ ବୋଲି କହିଛନ୍ତି। ସିଦ୍ଦରାମୈୟା ଆଉ ଏକ ଟ୍ବିଟ୍‌ରେ ଲେଖିଛନ୍ତି ବୋମାଇ ନିଜ ଗାଦି ବଞ୍ଚାଇବା ପାଇଁ କେତେ ତଳକୁ ଯାଇପାରନ୍ତି, ତାହା ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନେହରୁଙ୍କ ଫଟୋ ନ ଦେବାରୁ ବୁଝାପଡ଼ୁଛି।

ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାର ମଧ୍ୟ ଅଭିଯୋଗ କରିଛନ୍ତି ଯେ ଇତିହାସକୁ ବିକୃତ କରିବାକୁ ଚେଷ୍ଟା କରାଯାଉଛି। ସେ ବୋମାଇଙ୍କଠାରୁ ଏହା ଆଶା କରି ନ ଥିଲେ ବୋଲି ଲେଖିଛନ୍ତି। ସେ ଲେଖିଛନ୍ତି- ନେହରୁଙ୍କୁ ସ୍ଥାନ ଦେଇଥିଲେ ଆପଣଙ୍କର କ’ଣ ଅସୁବିଧା ହୋଇଥାନ୍ତା? ଆପଣ ଇତିହାସକୁ ବଦଳାଇପାରିବେ ନାହିଁ। ସ୍ବାଧୀନତା ପାଇଁ ଲଢ଼ି ନେହରୁ ଜେଲ ଯାଇଥିଲେ। ସେ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ, ଯାହାଙ୍କ ଶାସନ କାଳରେ ଆମର ସମ୍ବିଧାନ ଲେଖା ହୋଇଛି ଓ ଜାତୀୟ ପତାକା ତିଆରି ହୋଇଛି। ସେ ସବୁକିଛି ଦେଇଛନ୍ତି। ମୁଁ ଜାଣେନା ଆପଣ ଏହା କାହିଁକି କଲେ। ଏହା କର୍ଣ୍ଣାଟକର ସଂସ୍କୃତି ନୁହେଁ।

Square Ad 1
Leave A Reply

Your email address will not be published.