ସାଧାରଣରେ ଚର୍ଚ୍ଚା:ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଅର୍ଥ ଲୋଭ ପାଇଁ ଧୂଳିସାତ ହେଲା ବ୍ୟାଘ୍ର ପ୍ରକଳ୍ପର ସ୍ୱପ୍ନ
ସାଧାରଣରେ ଚର୍ଚ୍ଚା ହେଉଛି ଯେ ବନବିଭାଗ ର ଆନ୍ତରିକତା ଅଭାବ ଓ ଅଧିକାରୀମାନଙ୍କର ପ୍ରକଳ୍ପ ପାଇଁ ଆସିଥିବା ଟଙ୍କାକୁ କୌଣସି ପ୍ରକାରେ ନିଜ ଭିତରେ ବାଣ୍ଟି ନେବାର ଇଛାଶକ୍ତି ପାଇଁ ଜାତୀୟ ସ୍ତରର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ର ସ୍ୱପ୍ନକୁ ଧୂଳିସାତ କରିଦେଲା ଯାହା ଫଳରେ ଅନୁଗୁଳ ଜିଲ୍ଲା ସାତକୋଶିଆରେ ହେବାକୁ ଥିବା ବ୍ୟାଘ୍ର ପ୍ରକଳ୍ପ ଉପରେ ରୋକ ଲାଗିଛି । ସାତକୋଶିଆକୁ ଆସିଥିବା ବାଘ ମହାବୀରର ମୃତ୍ୟୁ ପରେ ଏବେ ଏନକ୍ଲୋଜର ଭିତରେ ରଖା ଯାଇଥିବା ବାଘୁଣୀ ସୁନ୍ଦରୀକୁ
ମଧ୍ୟପ୍ରଦେଶର କାହ୍ନା’ କୁ ଫେରାଇ ଦେବାକୁ ଏନ.ଟି.ସି.ଏ. ଚିଠି ଲେଖିଛି ।କଣ ହେବ ପ୍ରକଳ୍ପର ଭବିଷ୍ୟତ।ତାକୁ ନେଇ ଉଠିଛି ପ୍ରଶ୍ନ।ରାଜ୍ୟ ସରକାର ଓ ବନ ବିଭାଗ ଏନ.ଟି.ସି.ଏ.ର ଗାଇଡଲାଇନ ପାଳନ କରିବାରେ ବିଫଳ ହୋଇଛନ୍ତି । ନିୟମ ଉଲ୍ଲଂଘନ କରି ବାଘୁଣୀ ସୁନ୍ଦରୀକୁ ଛୋଟ ଏନକ୍ଲୋଜରରେ ରଖା ଯାଇଥିଲା । ବାଘୁଣୀ ରାଇଗୁଡାଠାରେ ରହୁଥିବା ଏନକ୍ଲୋଜରକୁ ଦୁଇ ଏକର ରୁ ୨୫ ଏକର କୁ ସମ୍ପ୍ରସାରଣ କରାଯିବା ପାଇଁ ପ୍ରସ୍ତାବ ରହିଥିବା ସତ୍ବେ ଆଜିଯାଏ ତାକୁ ସଂପ୍ରସାରଣ କରାଯାଇ ପାରିଲା ନାହିଁ । ଏହା ସହ ବାହାର ରାଜ୍ୟରୁ ଆସିଥିବା ଉଭୟ ବାଘ ଓ ବାଘୁଣୀକୁ ଉପରେ ସଠିକ ନଜର ରଖା ଯାଇ ନଥିଲା କି ଉଭୟଙ୍କ ପାଇଁ ସଠିକ ବ୍ୟବସ୍ଥା ମଧ୍ୟ କରା ଯାଇ ନଥିଲା । ଏଥିପାଇଁ ଏନ.ଟି.ସି.ଏ. ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶ କାହ୍ନା’କୁ ଫେରାଇ ନେବ ବୋଲି ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି।ବ୍ୟାଘ୍ର ପ୍ରକଳ୍ପ ହେଇଥାନ୍ତା, ଆଶାବାଦୀ ଥିଲେ ସମସ୍ତେ , ଜୀବନ ଜୀବିକା ସୁଧୁରିଥାନ୍ତା।କିନ୍ତୁ ବନ ବିଭାଗର ବିଫଳତା ରୁ ବନ୍ଦ ହୋଇଗଲା ପ୍ରକଳ୍ପ।୨୦୧୮ ଜୁନ ୧୮ ରେ ସାତକୋଶିଆ ରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ବାନ୍ଧବ ଗଡରୁ ବାଘୁଣୀ ସୁନ୍ଦରୀ କୁ ଅଣାଯାଇଥିଲା।ସୁନ୍ଦରୀ କୁ ସାତକୋଶିଆ ଅଭୟାରଣ୍ୟ କୁ ଛାଡିବା ପରେ ସୁନ୍ଦରି ଦୁଇଟି ମଣିଷ ଶିକାର କରିଥିଲା।ପରେ ସୁନ୍ଦରୀ କୁ ଏନକ୍ଲୋଜରରେ ପ୍ରାୟ ନଭେମ୍ବର ୨୦୧୮ ରୁ ବନ୍ଦୀ କରି ରଖାଯାଇଥିଲା।୧ ବର୍ଷ ରୁ ଅଧିକ ସମୟ ହେବ ବାଘୁଣୀକୁ ବନ୍ଦୀ କରାଯାଇ ରଖା ଯାଇଛି।NTCA ର SOP କୁ ବନବିଭାଗ ପାଳନ କରିନଥିବାରୁ ବ୍ୟାଘ୍ର ପ୍ରକଳ୍ପ ଉପରେ ପୂର୍ଣ୍ଣଛେଦ ଟାଣିଛି NTCA।
ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୬-୧୭ମସିହାରେ ଏହି ବାଘ ପ୍ରକଳ୍ପ ପାଇଁ 20 କୋଟି ଟଙ୍କାରୁ ୧୬ କୋଟି ଟଙ୍କା ଖର୍ଚ ହୋଇଛି । ୨୦୧୮-୧୯ ରେ ୮ କୋଟିରୁ ଅଧିକ ଟଙ୍କା ମଧ୍ୟ ଖର୍ଚ କରା ଯାଇଛି । ଆଉ ଚଳିତ ବର୍ଷ ୧୪ କୋଟି ଟଙ୍କା ମଞ୍ଜୁର ହୋଇ ସାରିଛି । ଆଉ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ବାଘୁଣୀର ଭବିଷ୍ୟତ ନେଇ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ସାତକୋଶିଆ ରେ ବାଘ ବଂସ ବୃଦ୍ଧି ପାଇଁ ୨୦୧୭ ରେ ଏନ୍ଟିସିଏ ମଞ୍ଜୁରୀ ପରେ ମଧ୍ୟପ୍ରଦେଶ ର କାହ୍ନା ଓ ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପ ରୁ ଗୋଟିଏ ବାଘ ଓ ବାଘୁଣୀ ଅଣାଯାଇଥିଲା । ଉଭୟ ଙ୍କୁ ଏନକ୍ଲୋଜର ରେ କିଛିଦିନ ରଖିବା ପରେ ସାତକୋଶିଆ ଅଭୟାରଣ୍ୟ ରେ ଛଡ଼ାଯାଇଥିଲା । ୨୦୧୮ ନଭେମ୍ବର ୧୪ ରେ ଶିକାର ଜାଲରେ ପଡି ମହାବଳ ବାଘର ମୃତ୍ୟୁ ହୋଇଥିଲା । ଏହାସହ ଦୁଇ ଦୁଇଟି ମଣିଷ ମାରିବା ଅଭିଯୋଗ ପରେ ବାଘୁଣୀ କୁ ୨୦୧୮ ନଭେମ୍ବର 7 ତାରିଖରୁ ଏନକ୍ଲୋଜର ରେ ବନ୍ଦୀ ରଖାଯାଇଛି ।ସାତକୋଶିଆରୁ ବାଘୁଣୀ ସୁନ୍ଦରୀ ଫେରିଯିବ ।NTCA ର ନିଷ୍ପତି ଅନୁସାରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବନ୍ଦ ହେବ ।କଣ ହେବ ସାତକୋଶିଆର ଭବିଷ୍ୟତ ତାକୁ ନେଇ ଉଠିଛି ପ୍ରଶ୍ନ।