Webportal

ବିଭିନ୍ନ ଦାବି ନେଇ ନାଲକୋ କ୍ଷତିଗ୍ରସ୍ତ ପ୍ରଜାସଂଘର ଆମରଣ ଅନଶନ

sanitry
0 122

ଅନୁଗୁଳ ଜିଲ୍ଲାର ନାଲକୋ କମ୍ପାନୀରେ ଜମି ହରାଇଥିବା ପ୍ରଜା ଚାକିରୀ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଓ ନାଲକୋ କ୍ଷତିଗ୍ରସ୍ତ ପ୍ରଜା ମହାସଂଘ ୩୯ ଖଣ୍ଡ ଜମି ହରାଇଥିବା ମୌଜା ତରଫରୁ ଦାବୀ। ଦୀର୍ଘଦିନ ହେଲା ‘ଆରପିଡ଼ିଏସି’ କମିଟିରେ ‘ଏସଏପି’ ମାନଙ୍କର ପରିବାରର ନୋମିନି ମାନଙ୍କୁ ଚାକିରୀ ଦେବା ଓ କ୍ଷତି ପୂରଣ ଦେବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ନାଲକୋର ଅବହେଳା ଓ ଦୀର୍ଘସୁତ୍ରତା ଏବଂ ନକରାତ୍ମକ ଚିନ୍ତାଧାରା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଦାବି ଗୁଡ଼ିକ ୧. ନାଲକୋର ନବମ ‘ଆରପିଡ଼ିଏସି’ ବୈଠକ ଶିଘ୍ର ଡକାଯାଉ । ୨. ପୂର୍ବରୁ ନାଲକୋ ୪ର୍ଥ ‘ଆରପିଡ଼ିଏସି’ ନିଷ୍ପତ୍ତି ଅନୁସାରେ ‘ଏସଏପି’ ମାନଙ୍କର ବହୁମାନଙ୍କୁ ଓ ଜ୍ୱାଇଁ ମାନଙ୍କୁ ନିଯୁକ୍ତି । କେଶବ ଚନ୍ଦ୍ର ବେହେରାଙ୍କର କୌଣସି ଅସୁବିଧା ନଥାଇ ନୋମିନି ପରିବର୍ତ୍ତନ ରୁ ବଞ୍ଚିତ କରାଯାଇଛି । ନାଲକୋ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ତାଙ୍କ ନୋମିନ୍ ପରିବର୍ତ୍ତନକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ଆଗରୁ ନୋମିନି ପରିବର୍ତ୍ତନ କରାଯାଇ ଜ୍ୱାଇଁ ମାନଙ୍କୁ ନାଲକୋରେ ଚାକିରୀ ଦିଆଯାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ଓ ନାଲକୋ ଆସପଣ୍ଡ ୧୫୦ ମିଟରରୁ ଉର୍ଦ୍ଧ ଉଚ୍ଚତା ହେଲାଣି । ଏହା ଦ୍ଵାରା ପ୍ରଦୂଷଣ ହୋଉଛି ଓ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି ।ସେହି ଲୋକମାନଙ୍କୁ ଶିଘ୍ର ଚିକିତ୍ସା କରାଯାଉ । ଉଦାହରଣ -ବଳରାମପ୍ରସାଦ ଗ୍ରାମର ବଢତଇଳା ସାହିର ୫ ଜଣ ଲୋକ ନାଲକୋ ଆସପଣ୍ଡ ପାଉଁଶ ଗୁଣ୍ଡର ସଂସ୍ପର୍ଶରେ ଆସି କିଡିନି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଉ । ଏହି ପରି ଛଅ ଟି ଦଫାକୁ ନେଇ ଆମରଣ ଅନଶନ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିବ ବୋଲି ସୂଚନା ଦେଇଛନ୍ତି ।

Square Ad 1
Leave A Reply

Your email address will not be published.