Webportal

ବିରୋଧୀ ଦଳଙ୍କୁ ମନ ଉଣା କରିବାର ଆବଶ୍ୟକତା ନାହିଁ:ଆଜିର ପୌରନିର୍ବାଚନ ଫଳାଫଳ ଦେଇଛି ସନ୍ଦେଶ

sanitry
0 181

ଗଣତନ୍ତ୍ର କୁ ମଝଭୁତ ରହିବାକୁ ହେଲେ ଶାସକ ଦଳ ସହିତ ମଝଭୁତ ବିରୋଧୀ ଦଳର ଉପସ୍ଥିତି ମଧ୍ୟ ନିହାତି ଦରକାର। ବିରୋଧୀ ମଝଭୁତ ସ୍ଥିତିରେ ତେବେ ରୁହନ୍ତି ଯେବେ ଅନୁଷ୍ଠିତ ହେଉଥିବା ନିର୍ବାଚନ ରେ ଭଲ ସଂଖ୍ୟାରେ ଆସନ ହାତେଇ ଶାସକ ଦଳକୁ କଡା ଟକର ଦିଅନ୍ତି।

ଗତ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ଲାଗିଲା ଯେମିତି ରାଜ୍ୟ ରାଜନୀତି ବିରୋଧୀ ଶୂନ୍ୟ ହେଇଗଲାଣି।କାରଣ ଶାସକ ବିଜେଡି ର ପ୍ରାର୍ଥୀ ମାନେ ରାଜ୍ୟର ସମସ୍ତ ଜିଲାପରିଷଦ ଅଧ୍ୟକ୍ଷ ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ।ତାହାର କାରଣ ବୋଧହୁଏ ଗ୍ରାମାଞ୍ଚଳ ଭୋଟର ମାନଙ୍କ ସରକାରୀ ଅନୁଦାନ ପ୍ରତି ମାତ୍ରାଧିକ ନିର୍ଭରତା ଓ ନବୀନ ବାବୁଙ୍କ ପ୍ରତି ହୃଦୟରୁ ଦୁର୍ବଳତା।

କିନ୍ତୁ ଆଜିର ପୌରନିର୍ବାଚନ ଫଳାଫଳ ଭିନ୍ନ ସନ୍ଦେଶ ଦେଇଛି।ବିରୋଧୀ ପ୍ରାୟ ୩୦% ଅଧ୍ୟକ୍ଷ ଆସନ ହାତେଇବାରେ ସକ୍ଷମ ହୋଇଛନ୍ତି।ବିରୋଧୀ ମାନଙ୍କୁ ଏହି ସଫଳତା ସେତେବେଳେ ମିଳିଛି ଯେତେବେଳେ କି ଉଭୟ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ରାଜ୍ୟରେ ନେତୃତ୍ୱ ଥାଇ ମଧ୍ୟ ଏକ ପ୍ରକାର ନେତୃତ୍ୱଶୂନ୍ୟ ହେଇ ଯାଇଛନ୍ତି।କର୍ମୀମାନେ ମଧ୍ୟ ନିରାଶ ହେଇକି ଅଛନ୍ତି।କାରଣ କଂଗ୍ରେସରୁ ନେତା ମାନେ ଦଳ ଛାଡୁଥିବା ବେଳେ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କୁ ନିର୍ବାଚନରେ ଫୋକସ କରିବାର ଦେଖିବାକୁ ମିଳୁନାହିଁ।

ଗୋଟେପଟେ ଅନ୍ୟ ଦଳର ନେତା ମାନେ ବିଜେପି ରେ ଯୋଗ ଦେଉଥିବା ବେଳେ ଏପଟେ ରାଜ୍ୟ ବିଜେପିରେ ଭୀଷଣ ଅନ୍ତର୍ଦ୍ୱନ୍ଦ ଦେଖିବାକୁ ମିଳୁଛି।ରାଜ୍ୟ ସଭାପତି ଖାଲି ରବର ଷ୍ଟାମ୍ପ ଭାବେ କାମ କରୁଥିବା ଅନୁଭବ ହୁଏ।ଧର୍ମେନ୍ଦ୍ର ପ୍ରଧାନ ନିଜ ହାତରେ ରାଜ୍ୟ ବିଜେପିର ଡୋରି ରଖିଥିବା ବେଳେ ରାଜ୍ୟରେ ନିର୍ବାଚନ ସମୟରେ ବ୍ୟସ୍ତତା କାରଣରୁ ସମୟ ଦେଇପାରୁ ନାହାନ୍ତି,କି ଖୋଲାଖୋଲି ଭାବେ କାହାକୁ ମଙ୍ଗ ଧରେଇ ପାରୁ ନାହାଁନ୍ତି।

ଯେଉଁଠି ସଂଗଠନ ମଝଭୁତ ରହିଛି ଯେମିତି ଉଦାହରଣ ସ୍ୱରୂପ କୋରାପୁଟ ସେଇଠି ବିରୋଧୀ ଦଳ ବିଜେଡିକୁ କଡା ଟକର ଦେଇଛନ୍ତି।ତେଣୁ ଏହି ଫଳାଫଳ ରୁ ବିରୋଧୀ ଦଳ ମାନଙ୍କୁ ଆଶା ସଞ୍ଚୟ କରି ଶିକ୍ଷା ନେବାର ଆବଶ୍ୟକତା ରହିଛି।ବିରୋଧୀଙ୍କୁ ଏକ ସୁଦୃଢ ମୁଖିଆ ସହିତ ମଝଭୁତ ସଙ୍ଗଠନ ର ଆବଶ୍ୟକତା ରହିଛି।ତାହାହେଲେ ସେମାନେ ଶାସକ ଦଳକୁ କଡ଼ା ଟକର ଦେଇ ପାରିବେ ଯାହା କି ଏକ ସୁସ୍ଥ ଗଣତନ୍ତ୍ର ପାଈଁ ଅତ୍ୟନ୍ତ ଶୁଭଙ୍କର।

Square Ad 1
Leave A Reply

Your email address will not be published.