Webportal

ବିହାର ଜାତିଭିତ୍ତିକ ଜନଗଣନା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ: ଶୁଣାଣି କରିବାକୁ ମନାକଲେ ଖଣ୍ଡପୀଠ

sanitry
0 218

ବିହାରରେ ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନକୁ ଆଜି କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିନାହାନ୍ତି। ଏହାକୁ ‘ପବ୍ଲିସିଟି ଇଣ୍ଟ୍ରେଷ୍ଟ ଲିଟିଗେସନ୍‌’ (ପ୍ରଚାର ସ୍ବାର୍ଥ ସମ୍ବଳିତ ମକଦ୍ଦମା) କହି କୋର୍ଟ ଉକ୍ତ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଆବେଦନକାରୀ ଉକ୍ତ ପ୍ରସଙ୍ଗରେ କାହିଁକି ପାଟନା ହାଇକୋର୍ଟ ଗଲେନି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ଜାତିଭିତ୍ତିକ ଜନଗଣନା ବିରୋଧରେ ସୁପ୍ରିମକୋର୍ଟରେ ୩ଟି ପିଟିସନ୍‌ କରାଯାଇଛି। ‘ଏକ ସୋଚ୍‌ ଏକ ପ୍ରୟାସ’, ଦକ୍ଷିଣପନ୍ଥୀ ସଂଗଠନ ‘ହିନ୍ଦୁ ସେନା‌ ’ ଏବଂ ଜଣେ ବିହାର ବାସିନ୍ଦା ଅଖିଳେଶ କୁମାର ବିହାରରେ ଜାତିଭିତ୍ତିକ ଜନଗଣନାକୁ ବି‌ରୋଧ କରି ‌‌କୋର୍ଟରେ ଆବେଦନ କରିଥି‌ଲେ। କିନ୍ତୁ କୋର୍ଟ କହିଛନ୍ତି, ଏହା ‘ପବ୍ଲିସିଟି ଇଣ୍ଟ୍ରେଷ୍ଟ ଲିଟିଗେସନ୍‌’। କେଉଁ ଜାତିକୁ କେତେ ସଂରକ୍ଷଣ ମିଳିବ ସେନେଇ ଆମେ କେମିତି ନିର୍ଦ୍ଦେଶ ଜାରି କରିବୁ। ଆମେ ଏଭଳି ନି‌ର୍ଦ୍ଦେଶ ଜାରି କରିପାରିବୁନି କି ଏଭଳି ଆବେଦନର ଶୁଣାଣି କରିପାରିବୁନି ବୋଲି ଖଣ୍ଡପୀଠ କହିଛନ୍ତି।

କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସ୍ବାଗତ କରିଛନ୍ତି। ନୀତୀଶ କହିଛନ୍ତି, କିଛି ଲୋକ ଏହାକୁ ଅଟକାଇବାକୁ ଚାହୁଥିଲେ। କିନ୍ତୁ ସେମାନେ ଭୁଲ୍‌ ପ୍ରମାଣିତ ହୋଇଛନ୍ତି। ହିନ୍ଦୁ ସେନା ଆବେଦନରେ ଦର୍ଶାଇଛି ଯେ ବିହାର ସରକାର ଜାତିଭିତ୍ତିକ ଜନଗଣନା କରି ଦେଶର ଏକତା ଏବଂ ଅଖଣ୍ଡତାକୁ ଭାଙ୍ଗି ଦେବାକୁ ‌ଚେଷ୍ଟା କରିଛନ୍ତି।

Square Ad 1
Leave A Reply

Your email address will not be published.