ଭଦ୍ରକ ଜିଲ୍ଲାରେ ବୁଲବୁଲ ର ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି।ଧାମନଗର,ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳରୁ ପାଖାପାଖି ୧ ହଜାରରୁ ଲୋକଙ୍କୁ ବିଭିନ୍ନ ସ୍ଥାନାନ୍ତରିତ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ସେହିପରି ସହରାଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡିଛି।ଜନଜୀବନ କ୍ଷୟକ୍ଷତି ନ ହୋଇଥିଲେ ମଧ୍ୟ ଯାତାୟତ ବାଧାପ୍ରାପ୍ତ ହୋଇଛି।ସେହିପରି ଅନେକ ସ୍ଥାନରେ ରାସ୍ତାରେ ଗଛ ପଡି ରାସ୍ତା ଅବରୋଦ୍ଧ ମଧ୍ୟ ହୋଇଛି। ଯାହା ଫଳରେ ଦୂରଦୁରାନ୍ତର ରୁ ଆସିଥିବା ଯାତ୍ରୀମାନେ ବନ୍ତଛକରେ ଅଟକି ରହିଛନ୍ତି।ତେବେ ପୂର୍ବ ପ୍ରସ୍ତୁତି ଅନୁଯାଇ ପ୍ରଶାସନ ୧ଟି ଏନଡିଆରଏଫ ଓ ୨ଟି ଓଡ୍ରାଫ ଟିମ ଉପକୂଳ ବର୍ତ୍ତି ଅଞ୍ଚଳରେ ନିୟୋଜିତ କରିଥିବା ବେଳେ ଦମକଳ ବାହିନୀ ମଧ୍ୟ ସଜାଗ ରହିଛି।ଆବଶ୍ୟକିୟ ଶୁଖୁଲା ଖାଦ୍ୟ ମଧ୍ୟ ମହଜୁଦ ରଖାଯାଇଥିବା ସୂଚନା ଦେଇଛି ପ୍ରଶାସନ।