Webportal

ବ୍ୟାଙ୍କ୍‌ ଲକରରୁ ଗାଏବ ହେଲା ଜମା ରାଶି ; କ୍ଷତିପୂରଣ ଦେବାକୁ ବ୍ୟଙ୍କକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

sanitry
0 80

୮୦ ବର୍ଷ ବୟସରେ ଜଣେ ବ୍ୟକ୍ତିଙ୍କର ସାରା ଜୀବନର ସଞ୍ଚିତ ରାଶି ଚୋରି ହୋଇଗଲା। ଏହି ଚୋରି ଘରୁ ନୁହେଁ , ବ୍ୟାଙ୍କର ଲକରରୁ ହୋଇଛି। ଏହା ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଏହା ସତ ଘଟଣା। ବୟସ୍କ ବ୍ୟକ୍ତି ଜଣଙ୍କ ନିଜର ସବୁ ସଂପତ୍ତି ବ୍ୟାଙ୍କରେ ଜମା କରି ଥିଲେ। ସୁପ୍ରିମ କୋର୍ଟ ବ୍ୟାଙ୍କକୁ ଆଦେଶ ଦେଇଛନ୍ତି , ସଂପୃକ୍ତ ବୟସ୍କ ବ୍ୟକ୍ତିଙ୍କୁ ୨ ମାସ ଭିତରେ ୩୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯାଉ।

ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଏଏସ୍‌ ଓକାଙ୍କର ମିଳିତ ଖଣ୍ଡପୀଠ କହିଛନ୍ତି, ସେ ବ୍ୟାଙ୍କକୁ ବିଶ୍ୱାସ କରିଥିଲେ , ତାଙ୍କର ସାରା ଜୀବନର ସଂଗୃହୀତ ଆୟ ଚାଲିଗଲା। କେବଳ ଯେ ତାଙ୍କର ଆର୍ଥିକ କ୍ଷତି ହୋଇଛି ତା ନୁହେଁ , ମାନସିକ ଆଘାତରେ ବି ସମୟ ବିତେଇବାକୁ ପଡ଼ୁଛି ।

ଉଲ୍ଲେଖନୀୟ ଯେ , ନ୍ୟାସନାଲ କଞ୍ଜ୍ୟୁମର ଡିସ୍‌ପୁଟ୍‌ ରେଡ୍ରେସଲ କମିଶନ , ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବୋକାରେ ଷ୍ଟିଲ୍‌ ସିଟ୍‌ ବ୍ରାଞ୍ଚକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆଦେଶ ଦେଇଥିଲେ। ଏହାପରେ ବ୍ୟାଙ୍କ୍‌ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ସୁପ୍ରିମ୍‌ କୋର୍ଟ ବ୍ୟାଙ୍କ୍‌କୁ କହିଥିଲେ , ପୀଡ଼ିତ ବ୍ୟକ୍ତି ଗୋପାଳ ପ୍ରସାଦ ମହନ୍ତିଙ୍କୁ ମାନସିକ କଷ୍ଟରେ ଗତି କରିବାକୁ ପଡ଼ିଛି , ଏଥିପାଇଁ କ୍ଷତିପୂରଣ ଜରୁରୀ।

Square Ad 1
Leave A Reply

Your email address will not be published.