Webportal

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ କଡା ନିୟମ, ଗ୍ରାହକ ହଇରାଣ ହେଲେ ନିଆଯିବ ଆକ୍ସନ

sanitry
0 91

ବ୍ୟାଙ୍କ ସମ୍ପର୍କିତ କୌଣସି କାମ ପାଇଁ ବାରମ୍ବାର ବ୍ରାଞ୍ଚ ଯିବାକୁ ପଡିଥାଏ । ବ୍ୟାଙ୍କରେ କର୍ମଚାରୀଙ୍କ ବ୍ୟବହାରରେ ମଧ୍ୟ ଅତିଷ୍ଠ ହୋଇଯାଇଥାନ୍ତି କିଛି ଉପଭୋକ୍ତା । ଅନେକ ବ୍ୟାଙ୍କରେ କର୍ମଚାରୀମାନେ କହିଥାନ୍ତି କି ଲଞ୍ଚ୍ ପରେ ଆସ ।  ବେଳେବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି ଗ୍ରାହକ । ଯଦି ଆପଣଙ୍କ ସହ ମଧ୍ୟ ଏମିତି ଅନେକ ଥର ହୋଇଛି ତେବେ ଏହି ଖବରଟି ପଢିନିଅନ୍ତୁ । ଏବେ ଯଦି ବ୍ୟାଙ୍କ କର୍ମଚାରୀ ଆପଣଙ୍କ କାମ ପାଇଁ ଏଠାକୁ ସେଠାକୁ ଦୌଡାଉଥାନ୍ତି ତେବେ ଆପଣ ଏହାର ଅଭିଯୋଗ କରିପାରିବେ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।

ଅନେକ ଥର କର୍ମଚାରୀ କାମକୁ ଟାଳିବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଯଦି ଆପଣ ସବୁ ନିୟମ ସଠିକ୍ ଭାବେ ଜାଣିଥିବେ ତେବେ ଆପଣ ଏହାର ଲାଭ ଉଠାଇ ପାରିବେ । ବ୍ୟାଙ୍କରେ କଷ୍ଟମରଙ୍କୁ ଏମିତି ଅନେକ ଅଧିକାର ମିଳିଥାଏ ଯାହା ସମ୍ପର୍କରେ ସେମାନେ ଜାଣିନଥାନ୍ତି । ଉପଭୋକ୍ତାଙ୍କ ସହିତ ସଠିକ୍ ବ୍ୟବହାର କରିବା ଉଚିତ୍ । ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଗ୍ରାହକଙ୍କୁ ଉଚିତ୍ ବ୍ୟବହାର ନକଲେ ଆପଣ ବ୍ୟାକିଂ ଲୋକପାଳଙ୍କ ନିକଟରେ ଅଭିଯୋଗ କରିପାରିବେ ।

ଯଦି କୌଣସି ବ୍ୟାଙ୍କ କର୍ମୀ ଆପଣଙ୍କ କାମ କରିବାରେ ବିଳମ୍ବ କରନ୍ତି ତେବେ ଆପଣ ବ୍ୟାଙ୍କର ମ୍ୟାନେଜର ବା ନୋଡାଲ ଅଫିସରଙ୍କ ନିକଟରେ ଅଭିଯୋଗ କରିପାରିବେ । ଗ୍ରାହକଙ୍କ ଅଭିଯୋଗର ସମାଧାନ କରିବା ପାଇଁ ପ୍ରାୟ ସବୁ ବ୍ୟାଙ୍କରେ ଗ୍ରିଭେନ୍ସ ରିଡ୍ରେସାଲ୍ ଫୋରମ୍ ରହିଥାଏ । ଏଠାରେ ଆପଣ ନିଜ ଅଭିଯୋଗର ସମାଧାନ କରିପାରିବେ ।

ଆପଣ ଯେଉଁ ବ୍ୟାଙ୍କର ମଧ୍ୟ ଗ୍ରାହକ ହୋଇଥାନ୍ତୁ, ସେହି ବ୍ୟାଙ୍କର ଗ୍ରିଭେନ୍ସ ରିଡ୍ରେସାଲ୍ ନମ୍ବର(Grievance Redressal Number) ନେଇ ସମ୍ବନ୍ଧିତ କର୍ମଚାରୀଙ୍କୁ ଅଭିଯୋଗ କରିପାରିବେ । ଏହା ବ୍ୟତୀତ ଆପଣ ବ୍ୟାଙ୍କର ଟୋଲଫ୍ରି ନମ୍ବରରେ କଲ୍ କରି ମଧ୍ୟ ନିଜ ସମସ୍ୟା ଜଣାଇପାରିବେ । କିଛି ବ୍ୟାଙ୍କ ଅନଲାଇନ୍ ଅଭିଯୋଗ  (Online Complaint) ରେଜିଷ୍ଟର କରିବାର ମଧ୍ୟ ସୁବିଧା ଦେଇଥାନ୍ତି ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକ କୌଣସି ବି ଶାଖାର କର୍ମଚାରୀଙ୍କ ଅଭିଯୋଗ ଟୋଲ୍ ଫ୍ରି ନମ୍ବର ୧୮୦୦-୪୨୫-୩୮୦୦ / ୧-୮୦୦-୧୧-୨୨-୧୧ରେ କରିପାରିବେ । ଯଦି ଆପଣ ପିଏନବିର ଗ୍ରାହକ ତେବେ ବ୍ୟାଙ୍କର କଷ୍ଟମର କେୟାର ନମ୍ବର ବା ଅପିଲେଟ୍ ଅଥୋରିଟି ସହ ସମ୍ପର୍କ କରିପାରିବେ ।

Square Ad 1
Leave A Reply

Your email address will not be published.