ଆସନ୍ତା ମାର୍ଚ୍ଚ ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ୟୁନିୟନ ଫର ବ୍ୟାଙ୍କ ୟୁନିୟନ୍ସ ର ଆବାହକ ସମ୍ବିତ ମିଶ୍ର ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଏ ସମ୍ପର୍କରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ସହ କଥାବାର୍ତ୍ତା ଚାଲିଛି। ସୂଚନାଯୋଗ୍ୟ ଯେ ଦରମା ବୃଦ୍ଧି ସହ ୧୨ ଦଫା ଦାବି ନେଇ ବ୍ୟାଙ୍କ ଗୁଡିକ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଥିଲା।