Webportal

ଭାରତ ଇଂଲଣ୍ଡ କଟକ କ୍ରିକେଟ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଘୋଷଣା

ଟିକେଟ ବିକ୍ରି ନାଁ ରେ ଲୁଟ୍

sanitry
0 123

କ୍ରିକେଟ ମ୍ୟାଚ କୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅହେତୁକ ଆଗ୍ରହ ରହୁଥିବା କୁ ଦେଖି ଆସନ୍ତା ଭାରତ ଇଂଲଣ୍ଡ କଟକ କ୍ରିକେଟ ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ଆଜି ଘୋଷଣା କରିଥିବା ବିଭିନ୍ନ ପ୍ରକାର ର ଟିକେଟ ମୂଲ୍ୟ କୁ ଦେଖିଲେ ଦର୍ଶକଙ୍କୁ ଲୁଟିବା ପାଇଁ ସୁନିଶ୍ଚିତ ଯୋଜନା କରାଯାଇଥିବା ଜଣା ପଡ଼ୁଛି। ଏପରି ମନମାନି କରି ଓସିଏ ପର୍ଯ୍ୟାପ୍ତ ଅର୍ଥ ରୋଜଗାର କରିବ ଓ ଏହାର ପଦାଧିକାରୀ ମାନେ ଏହି ଟଙ୍କାରେ ଅଏସ ବା ବିଳାସ କରିବେ ବୋଲି ବୁଝା ପଡ଼ୁଛି। ଜାଣନ୍ତୁ ସମ୍ପୂର୍ଣ ଖବର।୨୦୨୫ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ। ଓସିଏ ସମ୍ମିଳନୀ କକ୍ଷରେ ରବିବାର ବସିଥିବା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକର ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି।ଗ୍ୟାଲେରୀ ନମ୍ବର ୧ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୨ ପାଇଁ ୧୦୦୦, ୩ ପାଇଁ ୧୨୦୦, ୪ ପାଇଁ ୧୦୦୦, ୫ ପାଇଁ ୧୫୦୦, ୬ ପାଇଁ ୧୨୦୦ ଓ ୭ ନମ୍ବର ଗ୍ୟାଲେରୀ ପାଇଁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।ସେହିପରି ସ୍ପେଶାଲ ଏନ୍‌କ୍ଲୋଜର ପାଇଁ ଟିକେଟର ମୂଲ୍ୟ ୭୦୦୦ ଟଙ୍କା ରହିଥିବା ବେଳେ ଏସି ଗ୍ୟାଲେରୀ ବକ୍ସ ପାଇଁ ୯୦୦୦ ଟଙ୍କା, କର୍ପୋରେଟ ବକ୍ସ ପାଇଁ ୨୦ ହଜାର ଟଙ୍କା ଓ ନ୍ୟୁ ପ୍ୟାଭିଲିୟନ ପାଇଁ ଟିକେଟର ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।ବାରବାଟୀ ଷ୍ଟାଡିୟମର ସିଟ୍ କ୍ଷମତା ୪୪ ହଜାର ୫୨୪ ରହିଛି ବୋଲି ଓସିଏ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।ତେବେ ଗତ ମ୍ୟାଚ ଅପେକ୍ଷା ଏହି ମ୍ୟାଚ ପାଇଁ ଟିକେଟ ଦରରେ ଯଥେଷ୍ଟ ବୃଦ୍ଧି କରାଯାଇଛି। ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ଓସିଏ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।

Square Ad 1
Leave A Reply

Your email address will not be published.