Webportal

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର, ଜଣେ ମୃତ ଓ ଜଣେ ଗୁରୁତର

sanitry
0 374

ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡିବନ୍ଧ ନିକଟସ୍ଥ ଶିବରାମପୁର- କନ୍ଧବେରେଣି ରାସ୍ତାରେ ଗତ ରାତିରେ ଏକ ମାରୁତି ଅଲ୍ଟୋ ( ଓଡ଼ି ୩୫-୫୮୮୩ ) କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି l ଗତକାଲି ରାତିରେ ତାଳଚେର ବିରବରପଲ୍ଲୀ ର ଅମିତ କୁମାର ସିଂହ(୨୭) କାର ଚଳାଇ ଅନ୍ୟ ଜଣକୁ ବସାଇ ଉକ୍ତ ରାସ୍ତାରେ ଫେରୁଥିଲେ l ତେବେ ରାସ୍ତା ବୁଲାଣି ଥିବା ତଥା ରାସ୍ତାକୁ ଲାଗି ଏକ ଜଳାଶୟ ଥିବାର ଅନ୍ଧାରରେ ଜାଣି ନପାରି କାର ସହ ପୋଲ ତଳକୁ ଖସି ପଡ଼ିଥିଲେ l ଖବର ପାଇ ସ୍ଥାନୀୟ ନୂଆ ବଲାଙ୍ଗି ବାସିନ୍ଦା ସେଠାରେ ପହଞ୍ଚି କାର ଭିତରୁ ଉଭୟଙ୍କୁ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଯେଉଁଠି ଡାକ୍ତର ଅମିତଙ୍କୁ ମୃତ ଘୋଷିତ କରିଥିଲେ ଓ ଅନ୍ୟ ଜଣେ ଗୁରୁତରଙ୍କୁ ଚିକିତ୍ସା କରାଯାଉଛି l ଆର.ଡି ବିଭାଗ ଦ୍ୱାରା ନିର୍ମିତ ଶିବରାମପୁର-କନ୍ଧବେରେଣି ରାସ୍ତା ବୁଲାଣି ନିକଟରେ ନିର୍ମିତ ପୋଲର ଉଭୟ ପାର୍ଶ୍ୱରେ ସାଇଡ ୱାଲ ନିର୍ମିତ ହୋଇ ନଥିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଚର୍ଚ୍ଚା ହେଉଛି।

Square Ad 1
Leave A Reply

Your email address will not be published.