ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ସମେତ ଶତାଧିକ ଗ୍ରାମବାସୀଙ୍କୁ ପୋଲିସ ଅଟକ ରଖିବା ପ୍ରତିବାଦରେ ଆଜି ବନ୍ଦ ଡାକରା ଦିଆଯାଇ ଥିବାବେଳେ ଭାଲୁଗାଡ଼ିଆ ହରିଜନ ସାହିରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି ଓ ଏଥିସହ ପୋଲିସ ଦ୍ୱାରା ଅଟକ ଥିବା ଗ୍ରାମବାସୀ ଓ ବିଧାୟକଙ୍କୁ ଛାଡି ଦିଆଯାଇଛି l ମଙ୍ଗଳବାର ଦିନ ସକାଳୁ ରାତି ଯାଏ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଓ ତାଳଚେର ଉପଜିଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା କରାଯାଇ ମୋଟ ୪୧ ପରିବାରଙ୍କ ଘର ଭଙ୍ଗା ଯାଇଥିବାର ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି l