Webportal

ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ରେ କ୍ୟାଟରିଂ ସେବା ଏବେ ଇଚ୍ଛାଧୀନ

sanitry
0 297

ଭୁବନେଶ୍ୱର ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଛି I ସେପ୍ଟେମ୍ବର ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ ଭାବେ ବାଛି ପାରିବେ Iପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧିନ ଭାବେ ପ୍ରଚଳନ କରାଯାଇଅଛି I
ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଯଥା ରାଜଧାନୀ, ଶତାବ୍ଦୀ, ଦୁରନ୍ତ, ଗତିମାନ ଓ ବନ୍ଦେ ଭାରତ ଭଳି ଟ୍ରେନ ମାନଙ୍କରେ କ୍ୟାଟେରିଙ୍ଗ ସେବାକୁ ଯାତ୍ରୀ ମାନଙ୍କ ପାଇଁ ଇଛାଧିନ ଭାବେ ବାଛିବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି I
ଏଥିପାଇଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ କ୍ୟାଟେରିଙ୍ଗ ସେବା ପାଇଁ ସେମାନଙ୍କର ପସନ୍ଦ ଦର୍ଶାଇବେ I ଥରେ ପସନ୍ଦ ଦର୍ଶାଯିବା ପରେ ଏହି ଅଭିରୁଚି କୁ ଆଉ ବଦଳାଯାଇ ପାରିବ ନାହିଁ I
ଏହି ଇଛାଧିନ କ୍ୟାଟେରିଙ୍ଗ ସେବା ସୁବିଧା ନିମ୍ନ ପ୍ରଦତ୍ତ କୁ ସୂଚିତ କରୁଛି –
ଟ୍ରେନ ଯାତ୍ରା ସମୟରେ ଯାତ୍ରୀମାନେ ସେମାନଙ୍କର ନିଜ ଖାଦ୍ୟ ବ୍ୟବହାର କରିବେ ଓ
ଟ୍ରେନ ଟିକେଟ ଦେୟରେ କ୍ୟାଟେରିଙ୍ଗ ଦେୟକୁ ମିସାଯିବ ନାହିଁ I

Square Ad 1
Leave A Reply

Your email address will not be published.