Webportal

ଭୟାନକ; ଗୁଜରାଟ ରେ ୫ ବର୍ଷରେ ୪୦୦୦୦ ରୁ ଅଧିକ ମହିଳା ନିଖୋଜ

sanitry
0 102

ଗୁଜରାଟରୁ ଅତ୍ୟନ୍ତ ଚକିତ କଲା ଭଳି ଖବର ସାମନାକୁ ଆସିଛି । ଡାଟା ଅନୁସାରେ ଗୁଜରାଟରେ ଗତ ପାଞ୍ଚ ବର୍ଷରେ ୪୦,୦୦୦ରୁ ଅଧିକ ମହିଳା ନିଖୋଜ ହୋଇଛନ୍ତି । ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ଡାଟା ଅନୁସାରେ, ୨୦୧୬ରେ ୭,୧୦୫ ଜଣ, ୨୦୧୭ରେ ୭,୭୧୨ ଜଣ, ୨୦୧୮ରେ ୯,୨୪୬ ଜଣ ଏବଂ ୨୦୧୯ରେ ୯,୨୬୮ ମହିଳା ନିଖୋଜ ହୋଇଛନ୍ତି । ସେହିପରି ୨୦୨୦ରେ ୮,୨୯୦ ମହିଳା ନିଖୋଜ ହୋଇଛନ୍ତି । ପାଞ୍ଚ ବର୍ଷରେ ନିଖୋଜ ମହିଳାଙ୍କ ସଂଖ୍ୟା ପ୍ରାୟ ୪୧,୬୨୧ ଥିବା ରିପୋର୍ଟରୁ ଜଣାପଡ଼ିଛି ।

ରାଜ୍ୟର ବିଜେପି ସରକାର ଦ୍ୱାରା ୨୦୨୧ରେ ଗୁଜରାଟ ବିଧାନସଭାରେ ରଖିଥିବା ଏକ ବୟାନ ଅନୁସାରେ, ଅହମଦାବାଦ ଏବଂ ଭଦୋଦରାରେ କେବଳ ଗୋଟିଏ ବର୍ଷ (୨୦୧୯-୨୦)ରେ ୪,୭୨୨ ମହିଳା ନିଖୋଜ ହୋଇଛନ୍ତି ।

ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ପୂର୍ବତନ ଆଇପିଏସ ଅଧିକାରୀ ଏବଂ ଗୁଜରାଟ ରାଜ୍ୟ ମାନବାଧିକାର ଆୟୋଗଙ୍କ ସଦସ୍ୟ ସୁଧୀର ସିହ୍ନା କହିଛନ୍ତି, ‘ନିଖୋଜର କିଛି ମାମଲାରେ ଦେଖିବାକୁ ମିଳିଛି ଯେ ଯୁବତୀ ଏବଂ ମହିଳାଙ୍କୁ ବେଳେବେଳେ ଗୁଜରାଟ ଛଡା ଅନ୍ୟ ରାଜ୍ୟକୁ ମଧ୍ୟ ପଠାଯାଉଛି ଏବଂ ଗଣିକାବୃତ୍ତି ପାଇଁ ବାଧ୍ୟ କରାଯାଉଛି’ ।

ସେ କହିଛନ୍ତି, ‘ପୋଲିସ୍ ସିଷ୍ଟମର ସମସ୍ୟା ଏହା ଯେ ସେମାନେ ନିଖୋଜ ମାମଲାକୁ ଗୁରୁତର ସହ ନେଉ ନାହାନ୍ତି । ଏପରି ମାମଲା ହତ୍ୟାଠାରୁ ମଧ୍ୟ ଗମ୍ଭୀର ଅଟେ । ଏହା ଏଥିପାଇଁ କାରଣ ଯେତେବେଳେ ଗୋଟିଏ ପିଲା ନିଖୋଜ ହୁଏ, ସେତେବେଳେ ମାଆ-ବାପା ନିଜ ପିଲା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରନ୍ତି । ନିଖୋଜ ମାମଲାର ତଦନ୍ତ ହତ୍ୟା ମାମଲା ପରି ଗମ୍ଭୀରତା ସହ କରାଯିବ ଦରକାର । ନିଖୋଜ ଲୋକଙ୍କ ମାମଲାକୁ ଅଧିକାଂଶ ସମୟରେ ଅଣାଦେଖା କରାଯାଉଛି କାରଣ ତାଙ୍କ ତଦନ୍ତ ବ୍ରିଟିଶ କାଳର ପ୍ରକ୍ରିୟାରେ କରାଯାଉଛି’।

ସେହିପରି ପୂର୍ବତନ ଅତିରିକ୍ତ ପୋଲିସ ଡିଜି ରାଜନ ପ୍ରିୟଦର୍ଶୀ କହିଛନ୍ତି ଯେ ଯୁବତୀ ଏବଂ ମହିଳାଙ୍କ ନିଖୋଜ ପାଇଁ ମାନବ ଚାଲାଣ ଦାୟୀ ଅଟେ ।

Square Ad 1
Leave A Reply

Your email address will not be published.