କାର୍ତ୍ତିକେଶ୍ୱର ପୂଜା ଭଷାଣିରେ ଗୋଷ୍ଠି ସଂଘର୍ଷ l
ଅନୁଗୋଳ ତାଳଚେର ପୌରାଞ୍ଚଳରେ ଗତ ରାତିରେ କାର୍ତ୍ତିକେଶ୍ୱର ପୂଜା ଭଷାଣିରେ ଗୋଷ୍ଠି ସଂଘର୍ଷ ହୋଇଥିବା ଜଣାପଡିଛି । ପାଟଣା ସାହି ଓ ଭୈରଵି ସାହି ମଧ୍ୟରେ ରବିବାର ରାତିରେ ହେଉଥିବା ଭଷାଣି ସମୟରେ ଏହି ଗୋଷ୍ଠି ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଉଭୟ ପକ୍ଷରୁ ଢେଲା ପଥର ମାଡ଼ ସହ ଗାଡି ଭଙ୍ଗାରୁଜା ଓ ଦୋକାନ ଘର ଭଙ୍ଗାରୁଜା କରିଥିବା କୁହା ଯାଉଛି । ମଦ୍ୟପାନ ଓ କମେଣ୍ଟ ମରାକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଏହି ଗୋଷ୍ଠୀ ସଂଘର୍ଷରେ ଦୁଇରୁ ଉର୍ଦ୍ଧ ଆହତ ହୋଇ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଏହି ଗଣ୍ଡଗୋଳରେ କିଛି ଘରର ଝରକା କାଚ,ବାଇକ ମଧ୍ୟ ଭାଙ୍ଗି ଯାଇଛି । ଘଟଣାସ୍ଥଳରେ ତାଳଚେର ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ କରୁଛି।
