Webportal

ମଧ୍ୟରାତ୍ରୀରେ କୋର୍ଟରେ ହେଲା ଶୁଣାଣି: ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜାକୁ ମିଳିଲା ଅନୁମତି

sanitry
0 113

ପୂର୍ବ ପ୍ରସ୍ତୁତି ଅନୁସାରେ କର୍ଣ୍ଣାଟକର ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜା ସମାରୋହକୁ ଅନୁମତି ମିଳିଛି। ରାତି ଅଧିଆ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଦେଇଥିବା ଆଦେଶକୁ କାଏମ ରଖି ଅଦାଲତ ଗତକାଲି ମଧ୍ୟରାତ୍ରରେ ଭୂମିରେ ବିଘ୍ନନାଶକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରିବାକୁ ଅନୁମତି ଦେଇଛନ୍ତି।

ଅଦାଲତ ତାଙ୍କ ଶୁଣାଣିରେ କହିଛନ୍ତି ଯେ ହବାଲି-ଧରୱାଦରେ ଥିବା ଉକ୍ତ ଜମିରେ କୌଣସି ବିବାଦ ନାହିଁ। ଅଦାଲତଙ୍କ ନିଷ୍ପତ୍ତି ପରେ ହବାଲି-ଧରୱାଦର ଇଦ୍‌ଗାହ ପଡ଼ିଆରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଇଦ୍‌ଗାହ ପଡ଼ିଆକୁ ଯାଇ ପୂଜା ମଣ୍ଡପ ବୁଲି ଦେଖିଛନ୍ତି। ସେ ସେଠାରେ ବୁଲିବା ସହ ଅଦାଲତଙ୍କ ନିଷ୍ପତ୍ତିକୁ ପ୍ରଶଂସା କରି କହିଛନ୍ତି ଯେ ଗଣେଶ ପୂଜାକୁ ବିରୋଧ କରିବା ଅନୁୁଚିତ।

ସେ କହିଛନ୍ତି କି ‘କର୍ଣ୍ଣ‌ାଟକ ହାଇକୋର୍ଟ ଏକ ଉତ୍ତମ ରାୟ ଶୁଣାଇଛନ୍ତି। ମୁଁ ଅଦାଲତଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଉଛି। ଅଯଥାରେ ବିବାଦ ସୃଷ୍ଟି କରିବାକୁ କିଛି ଲୋକ ଚେଷ୍ଟା କରିିଥିଲେ। ଇଦ୍‌ଗାହ ପଡ଼ିଆ ହେଉଛି ସର୍ବସାଧାରଣଙ୍କ ସଂପତ୍ତି। କେବଳ ୨ ଥର ନମାଜ ପାଇଁ ଅନୁମତି ଯିଆଯିବା କଥାକୁ ବାଦ୍‌ ଦେଲେ ଏହି ସଂପତ୍ତି ହେଉଛି ମହାନଗର ନିଗମର। ତେଣୁ ବିବାଦ ପାଇଁ କୌଣସି କାରଣ ରହିବା ଅନୁଚିତ। ମାତ୍ର କିଛି ରାଜନୈତିକ ଦଳ ଏହାକୁ ନେଇ ବିବାଦ ସୃଷ୍ଟି କରିଥିଲେ। ଯାହାକି ଆଦୌ ଉଚିତ କଥା ନୁହେଁ। ଆଗାମୀ ଦିନମାନଙ୍କରେ ଶାନ୍ତିପୂର୍ଣ୍ଣ ଭାବେ ଉତ୍ସବ ପାଳନ କରାଯିବା ଉଚିତ। ମୁଁ ସଂଖ୍ୟାଲଘୁ ସଂପ୍ରଦାୟକୁ ଅନୁରୋଧ କରୁଛି ଯେ ଆମେ ନମାଜକୁ ବିରୋଧ କରୁନୁ, ଆପଣ ବି ଆମ ପୂଜାକୁ ବିରୋଧ କରନ୍ତୁନି।’

Square Ad 1
Leave A Reply

Your email address will not be published.