Webportal

ମହାନଦୀ କୋଲ ଫିଲଡ଼ ର ୧୧ତମ ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

sanitry
0 296

ଦୀର୍ଘ ଦିନ ପରେ ବହୁ ସମସ୍ୟା ସମ୍ମିଳିତ ଏମ୍ସିଏଲ ର ଅନୁଗୁଳ ଜିଲ୍ଲା ସ୍ଥିତ କୋଇଲା ଖଣି ପାଇଁ ୧୧ତମ ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆଜି ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଢେ଼ଙ୍କାନାଳ ଓ ସମ୍ବଲପୁର ଲୋକସଭା ସାଂସଦ, ତାଳଚେର ଓ ଛେଣ୍ଡିପଦା ବିଧାୟକ, ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି, ଏମ୍ସିଏଲ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।ବିସ୍ଥାପିତ ମାନଙ୍କର ସମସ୍ୟାର ସମାଧାନ ପାଇଁ ଏମ୍ସିଏଲ, ପ୍ରଶାସନ ଓ ଲୋକ ପ୍ରତିନିଧି ମାନେ ଆନ୍ତରିକତା ସହ ଆଲୋଚନା କରି ସମାଧାନ କରିବା ପାଇଁ ମତ ପ୍ରକାଶ ପାଇଥିଲା।ଜିଲାପାଳ ତିନି ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପାଦନ କଲେ ବିସ୍ଥାପିତ ପରିବାରଙ୍କ ନିଯୁକ୍ତି ଓ ଥଇଥାନ ଠିକ ସମୟରେ ହେଇପାରିବ ବୋଲି କହିଛନ୍ତି।ଏଣିକି ସମ୍ପୃକ୍ତ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ପୃକ୍ତ ଖଣିର ଜିଏମ, ଆଇଆଇସି ଓ ଜମିହରା ପ୍ରଜାଙ୍କ ପ୍ରତିନିଧି ମିଶି ଯେ କୌଣସି ସମସ୍ୟାର ସମାଧାନ କରି ସବ କମିଟିକୁ ଅବଗତ କରିବାକୁ ଜିଲ୍ଲାପାଳ କହିଛନ୍ତି।ତାଳଚେର ଅଞ୍ଚଳରେ ସୃଷ୍ଟି ହେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୁନର୍ବାସ ଓ ଥଇଥାନ ପାଇଁ ମତ ପ୍ରକାଶ ପାଇଥିଲା।ବିସ୍ଥାପିତ ପରିବାର ମାନେ ସହାୟତା ପାଇବାର ଚାରି ମାସ ପରେ ଉକ୍ତ ଘର ଭାଙ୍ଗି ଜାଗା ଛାଡିଲେ ସେଠାରେ ଖଣି କାର୍ଯ୍ୟ ଆରମ୍ଭ ହେବ ବୋଲି ଆଲୋଚନା ହୋଇଥିଲା।

Square Ad 1
Leave A Reply

Your email address will not be published.