Webportal

ମହିଳାଙ୍କ ଭାଜିନାଲ ସ୍ୱାବ ନେଇ ଲ୍ୟାଵ ଟେକନିସିଆନ ଗିରଫ

sanitry
0 284

ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ଏକ ଘଟଣାରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ବଡନେରା ଅଞ୍ଚଳରେ କରୋନା ନମୁନା ଟେଷ୍ଟ କରିବା ନାଁ ରେ ଜଣେ ୨୪ ବର୍ଷୀୟା ମହିଳାଙ୍କ ଭାଜିନାଲ ସ୍ୱାବ ନେବା ଘଟଣାରେ ଜଣେ ଲ୍ୟାବ ଟେକନିସିଆନ ଗିରଫ । ତା ବିରୋଧରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇ ଗିରଫ କରି ପୁଲିସ ହାଜତକୁ ପଠାଇ ଦିଆଯାଇଛି । ଗତ ୨୮ ତାରିଖରେଏହି ଘଟଣା ଘଟିଛି । ପୀଡିତା ମହିଳା ଜଣକ ବଡନେରା ସହରରେ ଥିବା ଏକ ସପିଂମଲରେ କାର୍ଯ୍ୟ କରନ୍ତି । ଗତ ଜୁଲାଇ ୨୪ରେ ତାଙ୍କର ଜଣେ ସହକର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କର ଓ ଉକ୍ତ ମଲ୍‌ର ଅନ୍ୟ ୨୦ ଜଣ କର୍ମଚାରୀଙ୍କୁ ନମୁନା ପରୀକ୍ଷା କରିବାକୁ କୁହାଯାଇଥିଲା । ସେମାନେ ସମସ୍ତେ ସରକାରୀ ହସ୍ପିଟାଲରେ ପହଞ୍ଚି ପରୀକ୍ଷା ପାଇଁ ନିଜର ନାସାଲ ସ୍ୱାବ ଦେଇଥିଲେ ।

ତେବେ ସେଠାରେ କାର୍ଯ୍ୟରତ ଲ୍ୟାବ ଟେକ୍‌ନିସିଆନ ୩୦ ବର୍ଷୀୟ ଅଳ୍ପେଶ ଦେଶମୁଖ ପୀଡିତା ମହିଳାଙ୍କ ନାସାଲ ସ୍ୱାବ ନେଇ ପରୀକ୍ଷା କରିବା ପରେ ତାଙ୍କର ପଜିଟିଭ ବାହାରିଥିବା କହିଥିଲେ । ପରେ ତାଙ୍କୁ କହିଥିଲେ କି ଭାଜିନାଲ ସ୍ୱାବରୁ କରୋନା ରିପୋର୍ଟ ଅଧିକ ସ୍ପଷ୍ଟ ହୋଇପାରିବ । ତେବେ ଭାଜିନାଲ ସ୍ୱାବ ନେବାକୁ ମହିଳା ଟେକ୍‌ନିସିଆନ କାହାନ୍ତି ବୋଲି ପୀଡିତା ପଚାରିବାରୁ ଏଠାରେ ମହିଳା ନଥିବା ଦେଶମୁଖ କହିଥିଲେ । ଏଥିସହ ସେ ପୀଡିତାଙ୍କୁ ଏକ ରୁମ୍‌କୁ ନେଇ ସେଠାରେ ତାଙ୍କର ଭାଜିନାଲ ସ୍ୱାବ ନେଇଥିଲେ । କିଛି ସମୟ ପରେ ଆସି ତାଙ୍କ ରିପୋର୍ଟ ନେଗେଟିଭ୍‌ ଥିବା ଦର୍ଶାଇଥିଲେ । ଏହି ଘଟଣା ସମ୍ପର୍କରେ ଘରେ ତାଙ୍କ ଭାଇଙ୍କୁ ଜଣାଇଥିଲେ । ତାଙ୍କ ଭାଇ ଏ ବିଷୟରେ ଜଣେ ଡାକ୍ତରଙ୍କ ସହ କଥା ହୋଇଥିଲେ ।

କରୋନା ଟେଷ୍ଟ ପାଇଁ ଭାଜିନାଲ ସ୍ୱାବର କୌଣସି ଆବଶ୍ୟକତା ନଥାଏ ବୋଲି ଡାକ୍ତର ଜଣକ କହିଥିଲେ । ତେଣୁ ଉଭୟେ ଭାଇ ଓ ଭଉଣୀ ଥାନାକୁ ଯାଇ ଦେଶମୁଖଙ୍କ ବିରୋଧରେ ଏଫଆଇଆର ଦାୟର କରିଥିଲେ । ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର କହିଛନ୍ତି ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ଗୃହ ରାଷ୍ଟ୍ରମନ୍ତ୍ରୀ ଶମ୍ଭୁରାଜ ଦେଶାଇ କହିଛନ୍ତି ଅଭିଯୁକ୍ତଙ୍କୁ କୋର୍ଟରେ କଠୋର ଦଣ୍ଡ ଦେବା ଲାଗି ସ୍ଥାନୀୟ ପୁଲିସ ସହ ସେ କଥାବାର୍ତ୍ତା କରିବେ ।

Square Ad 1
Leave A Reply

Your email address will not be published.