Webportal

ମା ବନିଲା ପିସାଚୀ; ୪ମାସର ଦୁଇ ଯମଜ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କଲା

ଏଭଳି ଲୋମ ହର୍ଷଣକାରୀ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ

sanitry
0 114

ମା ବନିଲା ପିସାଚୀ। ୪ମାସର ଦୁଇ ଯମଜ ଶିଶୁଙ୍କୁ କୂଅରେ ପକାଇ ହତ୍ୟା କଲା। ଏଭଳି ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ବସଲା ମୁଣ୍ଡା ଢ଼ିପ ସାହିରେ। ପୋଲିସ ଅଭିଯୁକ୍ତ ମାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ହତ୍ୟାକାଣ୍ଡର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ହଠାତ ଜାଣିବାକୁ ମିଳିଲା ଯେ ମୁଣ୍ଡାଧିପ ସାହିର ସୁନୀଲ କୁମାର ସାହୁଙ୍କ ଘରେ ତାଙ୍କର ୪ମାସର ଦୁଇ ଶିଶୁ ନାହାନ୍ତି। ତୁରନ୍ତ ସାହି ପଡିଶା ଘର ଆଗରେ ରୁଣ୍ଡ ହୋଇଗଲେ। ଶିଶୁଙ୍କ ମା ତପସ୍ୱିନୀ ସାହୁ ସେତେବେଳେ ସାହି ମୁଣ୍ଡରେ ଥିବା ଜଣକ ଘରକୁ କ୍ଷୀର ଆଣିବାକୁ ଯାଇଥିଲେ ବୋଲି କହିଲେ। ଆସି ଦେଖିଲା ବେଳକୁ ଶିଶୁ ଦୁହେଁ ନାହାନ୍ତି। ସେ ନିଜେ ଚିତ୍କାର କରି ସମସ୍ତଙ୍କୁ ଡାକିଥିଲେ। କାରଣ ସେତେବେଳକୁ ତାଙ୍କ ସ୍ୱାମୀ ସୁନୀଲ ଓ ଅନ୍ୟମାନେ କେହି ଘରେ ନଥିଲେ। ବହୁ ଖୋଜା ଖୋଜି ପରେ ଶିଶୁ ଦୁହିଁଙ୍କ ମୃତ ଦେହ ଘର ପଛପଟେ ଥିବା କୂଅ ଭିତରେ ଭାସୁଥିଲା। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବନ୍ତଳା ଡାକ୍ତରଖାନାକୁ ଅଣା ଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ପହଞ୍ଚି ଘଟଣା ଦିନ ରାତିରେ ହିଁ ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇ ଦେଇଥିଲା। ହେଲେ ଶିଶୁଙ୍କ ମୃତ୍ୟୁର କାରଣ ପୋଲିସ ବହୁ ଉଦ୍ୟମ କରି ମଧ୍ୟ ପାଇ ପାରି ନଥିଲା। ଘଟଣା ପରଦିନ ଅର୍ଥାତ ଗୁରୁବାର ସକାଳେ ସବୁକିଛି ସ୍ପଷ୍ଟ ହୋଇ ଯାଇଥିଲା। ତପସ୍ୱିନୀ ନିଜେ ତାଙ୍କ ସ୍ୱାମୀ ସୁନୀଳକୁ କହିଥିଲେ ଯେ ସେ ନିଜେ ଶିଶୁଙ୍କୁ ନେଇ କୂଅରେ ପକାଇ ଦେଇଛନ୍ତି। ହେଲେ ଏହାର କାରଣ କଣ ତାହା ଆଦୌ କହି ନଥିଲେ। ତାପସ୍ୱିନୀଙ୍କ ମୁହଁରୁ ଏକଥା ଶୁଣିବା ପରେ ସୁନିଲ ନିଜେ ପୋଲିସକୁ ଫୋନ କରି ଜଣାଇ ଦେଇଥିଲେ। ପୋଲିସ ତାପସ୍ୱିନୀଙ୍କୁ ଥାନାକୁ ନେଇଥିଲେ। ବହୁ ପଚରାଉଚରା ପରେ ମଧ୍ୟ ତପସ୍ୱିନୀ ଶିଶୁ ମାନଙ୍କୁ ନିଜେ କୂଅରେ ପକାଇ ହତ୍ୟା କରିଥିବା ସ୍ୱୀକାର କରିଥିଲେ ମଧ୍ୟ ଏହାର କାରଣ କହୁ ନଥିବା ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏପରିକି ପରିବାର ଲୋକେ ମଧ୍ୟ ଦ୍ଵନ୍ଦରେ ରହୁଛନ୍ତି। କାରଣ କେବେବି ତପସ୍ୱିନୀ ଓ ସୁନୀଲ ମଧ୍ୟରେ ମନାନ୍ତର ନଥିଲା। ବିବାହର ୧୨ବର୍ଷ ପରେ ବହୁ ଅର୍ଥ ଖର୍ଚ୍ଚ କରି ଶିଶୁ ଦୁଇଟି ଜନ୍ମ ହୋଇଥିଲେ। ଏଭଳି ଘଟଣା ଏବେ ଚଞ୍ଚଲ୍ୟ ସୃଷ୍ଟି କରିଛି।ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ଝଗଡା କେବେବି ହେଉ ନଥିଲା। କିନ୍ତୁ ତାପସ୍ୱିନୀଙ୍କର କିଛିଦିନ ହେଲା ପେଟ ଯନ୍ତ୍ରଣା ହେଉଥିଲା। ସେ ଦୈନିକ ଔଷଧ ଖାଉଥିଲେ। ଏଭଳି ସ୍ଥିତିରେ କାହିଁକି ଏମିତି କଲେ ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଥାନାରେ ବହୁ ପଚରା ଉଚରା ପରେ ମଧ୍ୟ ସେ କିଛି କହି ନଥିଲେ। କେବଳ ଶିଶୁ ମାନଙ୍କୁ ନେଇ କୂଅରେ ପକାଇ ଦେଇଥିବା ମାନିଥିଲେ। ଏଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି। ଏମିତି ଘଟଣା ଆଖପାଖ ଗାଁରେ ଘଟି ନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ । ଜଣେ ମା ନିଜ ଛୁଆକୁ ନିଜେ ନେଇ କୂଅରେ ପକାଇ ମାରିଦେବା ଘଟଣା ନିଶ୍ଚିତ ଭାବେ ଲୋମ ହର୍ଷଣକାରୀ। ଅନ୍ୟ ପକ୍ଷରେ ଅନୁଗୁଳ ଏସ୍ଡିପିଓ ରମାକାନ୍ତ ମାହାଳିକ ସୂଚନା ଦେଇଛନ୍ତିଯେ ସୁନୀଲ ସାହୁ ଲିଖିତ ଅଭିଯୋଗ କରିବା ପରେ ବନ୍ତଳା ଥାନାରେ ଦଫା ୩୦୨ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ତାପସ୍ୱିନୀଙ୍କ ଗିରଫ କରାଯାଇଛି। ସେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

 

Square Ad 1
Leave A Reply

Your email address will not be published.