ମୁଁ ଖୁସି,ଡିଉଟି ଠିକରେ ନ କରିବାରୁ ମୋର ଚାହୁଁଥିବା ବଦଳି ହେବ: ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ
ଏପରି ବେପରୁଆ ମନୋଭାବ ପୋଷଣ କରୁଥିବା ଅଧିକାରୀଙ୍କୁ ନିଲମ୍ବନ କରିବାର ଆବଶ୍ୟକତା ରହିଛି

ଏପରି ବେପରୁଆ ମନୋଭାବ ପୋଷଣ କରୁଥିବା ଅଧିକାରୀଙ୍କୁ ନିଲମ୍ବନ କରିବାର ଆବଶ୍ୟକତା ରହିଛି।
ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ! ଏହି ଉକ୍ତି ବର୍ତମାନର ଅନୁଗୁଳ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ପାଇଁ ଫିଟ ବସୁଛି। ଜିଲ୍ଲାର କର୍ତବ୍ୟରତ ସାମ୍ବାଦିକଙ୍କୁ ସୁଚନା ଦିଆଯାଉନଥିବା ଖବର ଆମେ ପ୍ରକାଶ କରିଥିଲୁ। କେମିତି ଅନୁଗୁଳ ଜିଲ୍ଲାର ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଜାଣିଶୁଣି ସାମ୍ବାଦିକଙ୍କୁ ସୂଚନା ଓ ଖବର ନ ଦେଇ ସାଧାରଣ ଲୋକ ଓ ରାଜ୍ୟ ସରକାରଙ୍କ ସହ ବେଇମାନି କରୁଛନ୍ତି ତାହା ଆମେ ଜଣେଇଥିଲୁ। ଏଥିରେ ପ୍ରତିକ୍ରିୟାଶିଳ ହୋଇ ବେପରୁଆ ଭାବରେ ଅଧିକାରି ଜଣଙ୍କ କହିଛନ୍ତି ଯେ ‘ ମୁଁ ମୋ ଘର ପାଖକୁ ବଦଳି ହେବାକୁ ଚାହୁଁଛି ଓ ମୋର ନକାରାତ୍ମକ କାର୍ଯ୍ୟ କରିବା ଖବର ମୋତେ ଏଠାରୁ ବଦଳି ହୋଇ ଯିବରେ ସାହାଯ୍ୟ କରିବ ‘। ଏପରି ଅଧିକାରି ଯିଏ ବଦଳି ନିଶାରେ ନିଜ କାର୍ଯ୍ୟ ଠିକ ଭାବେ କରୁନାହାନ୍ତି ତାଙ୍କୁ ବଦଳି ନ କରି ନିଲମ୍ବନ କରିବାର ଆବଶ୍ୟକତା ରହିଛି।