Webportal

ମୁରବିଶୂନ୍ୟ ହୋଇ ସ୍ଥିତି ହରାଇଲା ଅନୁଗୁଳ ସହର କେନ୍ଦ୍ରୀୟ ପୂଜା କମିଟି

ଚର୍ଚ୍ଚାରେ ପୁଜା କମିଟିରେ ନିଜସ୍ଵ ରାଜନୈତିକ ଅଭିସନ୍ଧି ସହିତ ମୁଁ ବଡ ଅଭିଳାଷ

sanitry
0 135

ପୂଜା ଭଳି ପବିତ୍ର କାର୍ଯ୍ୟରେ ନିଜର ଛୋଟ ଛୋଟ ଅଭିଳାଷ ନ ରଖିଥିଲେ କେବେବି କେନ୍ଦ୍ରୀୟ ପୂଜା କମିଟି ଆଜି ନିଷ୍କ୍ରିୟ ଅବସ୍ଥାରେ ନ ଥାନ୍ତା।

ପ୍ରତି ବର୍ଷ ପୁଜା ସମୟରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ବିଷୟରେ ଧ୍ୟାନ ପ୍ରାୟତଃ କାଗଜ କଲମରେ ସିମୀତ ରହୁଥିଲେ ମଧ୍ୟ କେନ୍ଦ୍ରୀୟ ପୂଜା କମିଟି ଅନେକ ଦାୟିତ୍ଵ ନିର୍ବାହ କରିଥାଏ ଯାହା ଫଳରେ ପୁଜା ଆରମ୍ଭରୁ ଭସାଣି ପର୍ୟ୍ୟନ୍ତ ସହରରେ ପ୍ରାୟତଃ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ।

କେନ୍ଦ୍ରୀୟ ପୂଜା କମିଟି ବୈଠକ ବସିଲା ହେଲେ କମିଟିର କର୍ମକର୍ତ୍ତା ଚୟନ ନେଇ ବୈଠକରେ ନିଷ୍ପତି ହୋଇ ପାରିଲା ନାହିଁ । ଫଳରେ ଚଳିତ ବର୍ଷ ପାର୍ବଣରେ କେନ୍ଦ୍ରୀୟ ପୂଜା କମିଟି ନଥିବାରୁ ବିଭିନ୍ନ ପୂଜା ସମିତି ମଧ୍ୟରେ ସମନ୍ଵୟ ନ ରହିବାର ଆଶଙ୍କା ଦେଖା ଦେଇଛି । କେବଳ ସେତିକି ନୁହେଁ , ଭସାଣି ପୁର୍ବରୁ ହେଉଥିବା ମେଲଣ ନେଇ ମଧ୍ଯ ସନ୍ଦେହ ପ୍ରକଟ କରିଛନ୍ତି ଲୋକେ । ଅନୁଗୁଳ ସହରର ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ସମୟରେ ପୁଜା କମିଟି ମାନଙ୍କ ମଧ୍ଯରେ ସମନ୍ବୟ ଓ ଭସାଣ ଉତ୍ସବରେ ମେଳଣ ପରିଚାଳନା ପାଇଁ ଏକ କେନ୍ଦ୍ରୀୟ ପୂଜା କମିଟି ଗଠନ କରାଯାଇଥାଏ । ପୂଜା କମିଟିଗୁଡ଼ିକ ଭିତରେ ସଂପର୍କ ରଖିବା ସହ ପ୍ରଶାସନ ସହିତ ଏହା ସମନ୍ବୟ ରଖେ । ଏଥିପାଇଁ ପୂଜା ସମୟରେ କେନ୍ଦ୍ରୀୟ ପୂଜା କମିଟିର ବେଶ୍‌ ଗୁରୁତ୍ବ ରଖେ। ଏହି କେନ୍ଦ୍ରୀୟ ପୂଜା କମିଟିର ବୈଠକ ବୁଧବାର ଟାଉନ୍‌ ହଲ୍‌ରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ସଭାପତି ଅକ୍ଷୟ ସାମନ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ‌ଆରମ୍ଭ ହୋଇଥିଲା । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବା ସହ ନୂତନ କର୍ମକର୍ତ୍ତା ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ସମୟରେ ଆରମ୍ଭ ହୋଇ ଯାଇଥିଲା ହୋ-ହଲ୍ଲା, କଥ‌ା କଟାକଟି । ପୁରୁଣା କର୍ମକର୍ତ୍ତା ପୁଣି ଥରେ କାମ କରିବାକୁ କିଛି କମିଟି ପ୍ରସ୍ତାବ ଦେଇଥିଲେ । ହାତରେ ଆଉ ସମୟ ଅଳ୍ପ ଥିବାରୁ ପୁରୁଣା କମିଟି ପୂର୍ବ ପରି କାମ କରୁ ବୋଲି ସେମାନେ ଯୁକ୍ତି କରିଥିଲେ । ହେଲେ ଆଉ କିଛି ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । କର୍ମକର୍ତ୍ତା ବଦଳାଇବା ପାଇଁ ସେମାନେ ଦାବି କରିଥିଲେ । ତେବେ ନିର୍ବାଚନ ମାଧ୍ୟମରେ କର୍ମକର୍ତ୍ତା ଚୟନକୁ କେହି ଗ୍ରହଣ କରି ନଥିଲେ । ଏହାକୁ ନେଇ ବୈଠକରେ ହୋ-ହଲ୍ଲା ଚାଲିଥିଲା । ସମସ୍ତେ ନିଜ ନିଜ କଥା ଉପରେ ଜୋର୍‌ ଦେଇଥିଲେ । ଫଳରେ ବୈଠକରୁ କିଛି ଫଳାଫଳ ବାହାରି ପାରି ନଥିଲା । କେନ୍ଦ୍ରୀୟ ପୂଜା କମିଟିରୁ ପୁରୁଣା କର୍ମକର୍ତ୍ତା ଇସ୍ତଫା ଦେଇଥିଲାବେଳେ ନୂଆ କର୍ମକର୍ତ୍ତା ଚୟନ ହୋଇ ପାରି ନଥିଲା । ତେଣୁ ବର୍ତ୍ତମାନ ପାଇଁ କେନ୍ଦ୍ରୀୟ ପୂଜା କମିଟି ମୁରବିଶୂନ୍ୟ ହୋଇଯିବା ସହିତ ଏହା ଅକାମି ହୋଇଯାଇଛି । ଦଶହରା ପାଇଁ ଆଉ ୧୦ ଦିନ ରହିଥିଲାବେଳେ ଏ ଭିତରେ ପୁଣି ବୈଠକ ଡାକି ନୂଆ କର୍ମକର୍ତ୍ତା ବାଛିବା ସହଜ ନୁହେଁ । ତେଣୁ ଏଥର ବିନା କେନ୍ଦ୍ରୀୟ କମିଟିରେ ଅନୁଗୁଳ ସହରରେ ଦଶହରା ଓ ଲକ୍ଷ୍ମୀପୂଜା ହେବ । ଏଥିପାଇଁ ବିଭିନ୍ନ ସମସ୍ୟା ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି । ପୂଜା ସମୟରେ ବିଭିନ୍ନ କମିଟି ଭିତରେ ଯୋଗସୁତ୍ର ରକ୍ଷା କରିବାରେ ସମସ୍ୟା ଉପୁଜିବ । ସେହିଭଳି ପୂଜା ସମୟରେ ସହର ସାରା ଡାକବାଜି ଯନ୍ତ୍ର ସାହାଯ୍ଯରେ ବିଭିନ୍ନ ଆଇନ ଶୃଙ୍ଖଳା ସମସ୍ଯା ହେଉ କିମ୍ବା କେହି ନିଜ ସମ୍ପର୍କୀୟ ମାନଙ୍କ ଠାରୁ ବିଛିନ୍ନ ହୋଇଗଲେ କରା ଯାଉଥିବା ଯୋଗାଯୋଗ ମଧ୍ଯ ହୋଇ ପାରିବ ନା ନାହିଁ ତାହା ସନ୍ଦେହ ଉପୁଜିଛି । ସେହିପରି ପ୍ରତିବର୍ଷ ପରି ଏଥର ମେଳଣ ହେବନି ବୋଲି ଆଶଙ୍କା। ହାତରେ ଆଉ ସମୟ ନ ଥିବାରୁ ପୁଣି ବୈଠକ ଡାକିବା ସମ୍ଭବ ଲାଗୁନାହିଁ। ତେଣୁ ଏଥର ବିନା କେନ୍ଦ୍ରୀୟ କମିଟି ରେ ପୂଜାକମିଟି ଗୁଡ଼ିକ ନିଜ ନିଜ ପୂଜା କରିବେ ।

Square Ad 1
Leave A Reply

Your email address will not be published.