ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନିଶା ଥାନା ଅନ୍ତର୍ଗତ କଙ୍କରେଇ ଗ୍ରାମର ବାନାମ୍ବର ବାରିକ ନିଜର ଝିଅ ସୌମ୍ୟାସ୍ମିତା ବାରିକଙ୍କୁ ବଅଁରପାଳ ବ୍ଲକ ବଳରାମପ୍ରସାଦ ଗ୍ରାମର ସତ୍ୟାନନ୍ଦ ବାରିକ (କାହ୍ନା) ଙ୍କ ସହ ଗତ ୨୬/୦୪/୨୦୧୬ ମସିହାରେ ବିବାହ କରାଇଥିଲେ। ବାନାମ୍ବରଙ୍କ ଅଭିଯୋଗ ଅନୁଯାୟୀ ସତ୍ୟାନନ୍ଦ ପ୍ରାୟ ମଦ ପିଇ ରାତିରେ ଆସନ୍ତି ଓ ଝିଅ ମନା କଲେ ମଧ୍ୟ ମାନନ୍ତି ନାହିଁ, ଯାହା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା ଏବଂ ଗତ କାଲି ମଧ୍ୟ ରାତ୍ରିରେ କାହ୍ନା ମଦ୍ୟପାନ କରି ବାପ ଘରୁ ଯୌତୁକ ଟଙ୍କା ଆଣ କହି ନିର୍ଯ୍ୟାତନା ଦେଇଥିଲେ। ଏଥି ସହିତ ତାଙ୍କ ବାପା, ବଡ଼ ଝିଅ ଜ୍ୱାଇଁ ଓ ସେଇ ଗ୍ରାମର ସାନ ଝିଅ ଜ୍ୱାଇଁ ଆଦି ବାରମ୍ବାର ଯୌତୁକ ନିର୍ଯ୍ୟାତନା ଦେଇ ଗାଳିଗୁଲଜ କରନ୍ତି ବୋଲି ଲିଖିତ ଅଭିଯୋଗ ହୋଇଛି। ପୁରୁଣାଗଡ଼ ନିବାସୀ ଆସା ବାରିକଙ୍କ କହିବା ପରେ ଝିଅ ବାହାଘର ପାଇଁ ରାଜି ହୋଇଥିଲୁ ଏବଂ ଭବିଷ୍ୟତରେ ଝିଅର କିଛି ଅସୁବିଧା ହେବ ନାହିଁ ବୋଲି ପ୍ରତିଶ୍ରୁତି ମିଳିଥିଲା ବୋଲି ବାନାମ୍ବର ଅଭିଯୋଗ କରିଛନ୍ତି। ଯୌତୁକ ନ ଦେଇପାରିବାରୁ ସୌମ୍ୟାସ୍ମିତାକୁ ମାରିଛନ୍ତି ବୋଲି ବାପା ବାନାମ୍ବର ବାରିକ ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ନାଲକୋ ଥାନାରେ କେସ ନଂ ୧୩୨/୨୦୧୯ ଆଧାରରେ କେସ ଟି ରେଜିଷ୍ଟ୍ରି ହୋଇଛି। ନାଲକୋ ଥାନାଧିକାରିଣୀଙ୍କ କହିବା ଅନୁଯାୟୀ ପ୍ରାଥମିକ ତଦନ୍ତ ଓ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ପରିଷ୍କାର ହୋଇଯିବ।

Prev Post
Next Post