ରାଗିଙ୍ଗ ରିଟନ୍ସ,ପୁନର୍ବାର ଲଜ୍ୟାଜନକ ରାଗିଙ୍ଗ, ଦୋଷୀ ଛାତ୍ରଙ୍କୁ ମିଳିଲା ଦଣ୍ଡ, ବର୍ତ୍ତିଗଲେ ଦୋଷୀ ବିଶ୍ୱବିଦ୍ୟାଳୟ କର୍ମଚାରୀ
ସୁପ୍ରିମକୋର୍ଟ ର କଡା ନିର୍ଦେଶବଳୀ ଓ ଉଚ୍ଚ ଶିକ୍ଷା ବିଭାଗର ବାରମ୍ବାର ସଚେତନତା ଅଭିଯାନ ସତ୍ତ୍ୱେ ପୁନର୍ବାର ସାମ୍ନାକୁ ଆସିଛି ଲଜ୍ୟାଜନକ ରାଗିଙ୍ଗ ଘଟଣା।ଦୁଇଦିନ ମଧ୍ୟରେ ଉତ୍ତରପ୍ରଦେଶର ସେଫାଇ ପରେ ଏବେ ଓଡ଼ିଶାର ବୁର୍ଲା ସ୍ଥିତ ଭି ଏସ ଏସ ବୈଷୟିକ ବିଶ୍ୱବିଦ୍ୟାଳୟ ରେ ଏହି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି।ଗତ ରବିବାର ରାତିରେ ହଷ୍ଟେଲ ର ଦ୍ଵିତୀୟ ବର୍ଷର ବିଦ୍ୟାର୍ଥୀ ମାନଙ୍କ ସ୍ୱାଗତ ପାଇଁ ତୃତୀୟ ବର୍ଷ ର ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ ଏକ ଉତ୍ସବର ଆୟୋଜନ କରାଯାଇଥିଲା ଯେଉଁଥିରେ ନୂତନ ବିଦ୍ୟାର୍ଥୀ ମାନଙ୍କର ପୋଷାକ ଖୋଲାଇବା, ସେମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେବା ଆଦି ବିଭିନ୍ନ ପ୍ରକାରର ରାଗିଙ୍ଗ କରାଯାଇଥିଲା ଯାହାର ଦୃଶ୍ୟ ସାର୍ବଜନୀନ ହେଲାପରେ ବିଭାଗୀୟ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।ତଦନ୍ତ ପାଇଁ ନିଜେ କୁଳପତି ହଷ୍ଟେଲ କୁ ଯାଇ ରାଗିଙ୍ଗ କରିଥିବା ୫୨ ଜଣ ଛାତ୍ରଙ୍କୁ ଦୁଇ ଦୁଇ ହଜାର ଟଙ୍କା ର ଦଣ୍ଡ ବିଧାନ କରିଥିଲେ ଓ ୧୦ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ପରୀକ୍ଷା ଦେବାରୁ ବଞ୍ଚିତ ହେବାର ଦଣ୍ଡ ଦେଇଛନ୍ତି।ଏଠାରେ ପ୍ରଶ୍ନ ଉଠେ ଯେ କିପରି ବିଶ୍ୱବିଦ୍ୟାଳୟ ର କର୍ତ୍ତୃପକ୍ଷ ଏ ଘଟଣା ସମ୍ପର୍କରେ ଅବଗତ ନ ଥିଲେ ଓ ହଷ୍ଟେଲର ଉତ୍ସବରେ ୱାର୍ଡନ ଏବଂ ସୁପରିଡେଣ୍ଟ କାହିଁକି ଅନୁପସ୍ଥିତ ଥିଲେ ଯେଉଁଥିପାଇଁ ଉକ୍ତ ଘଟଣା ଘଟିଲା।ସେମାନଙ୍କ ଉପରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ଯେଉଁ ଛାତ୍ର ମାନେ ଦେଶର ଭବିଷ୍ୟତ ସେମାନଙ୍କ ମନୋଭାବ ରେ ପରିବର୍ତ୍ତନ କିପରି ହେବ।