Webportal

ରାଜସ୍ବ ବୃଦ୍ଧି କରିବା ପାଇଁ ପଞ୍ଜାବରେ ଶସ୍ତା ହେବ ମଦ

sanitry
0 71

ମଦକୁ ନେଇ ପଞ୍ଜାବ ସରକାରଙ୍କ ବଡ ନିଷ୍ପତି | ଶସ୍ତା ହେବ ମଦ । ଆସନ୍ତା ମାସଠାରୁ ୨୦ ପ୍ରତିଶତ ଶସ୍ତା କରିବା ନେଇ ସରକାର ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ମିଳିଛି | ସରକାର ନୂଆ ଅବକାରୀ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଅର୍ଥାତ ଆଜି ହେବାକୁ ଥିବା କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମତି ମିଳିପାରେ । ସରକାର ନୂଆ ଅବକାରୀ ନୀତିର ପଡୋଶୀ ଚଣ୍ଡୀଗଡ, ହରିଆଣା, ରାଜସ୍ଥାନରୁ ହେଉଥିବା ମଦ ତସ୍କରୀ ରୋକିବା ପାଇଁ ବ୍ୟବସ୍ଥା ହୋଇଛି । ଏହା ଛଡା ତସ୍କରୀ ରୋକିବା ପାଇଁ ସରକାର ଗୋଟିଏ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାନ୍ଦାବସ୍ଥା ଦେଇ ଗତି କରୁଥିବା ସରକାରକୁ ଏହି ବ୍ୟବସ୍ଥା ଲାଗୁ ପରେ କିଛି ଲାଭ ମିଳିପାରେ । ରାଜ୍ୟରୁ କେବଳ ମଦ ବ୍ୟବସାୟରୁ ୧୦ ହଜାର କୋଟିର ରାଜସ୍ୱ ଆଦାୟ ପାଇଁ ଲକ୍ଷ୍ୟ ରହିଛି । ଗତ ସରକାର ବେଳେ ରାଜସ୍ୱର ପରିମାଣ ମାତ୍ର ୬୫ ଶହ କୋଟି ଥିଲା ।

ଆମ ଆଦମୀ ଦଳ ନିର୍ବାଚନ ପୂର୍ବରୁ କହିଥିଲେ ରାଜ୍ୟରେ ଭୁଲ ଅବକାରୀ ନୀତି କାରଣରୁ ଅନେକ କ୍ଷତିର ସାମ୍ନା କରିବାକୁ ପଡୁଛି । ସରକାର ବର୍ତ୍ତମାନ ମଦ ଦୋକାନକୁ ଲଟେରୀ ମାଧ୍ୟମରେ ଲାଇସେନ୍ସ ପ୍ରଦାନ କରୁଛନ୍ତି । ତେବେ ଆପ ସରକାର ଏହି ପ୍ରଥାକୁ ପରିବର୍ତ୍ତନ କରି ଟେଣ୍ଡର ମାଧ୍ୟମରେ ଲାଇସେନ୍ସ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବିଶେଷ ସୁତ୍ରରୁ ଜଣାପଡିଛି, ସରକାର ଟେଣ୍ଡର ପୂର୍ବରୁ ପ୍ରତ୍ୟେକ ଦୋକାନ ପାଇଁ ନିର୍ଦ୍ଦିଷ୍ଟ ଦର ଲାଗୁ କରିବେ । ଏହା ଉପରେ ସବୁଠାରୁ ଅଧିକ ଅର୍ଥ ପ୍ରଦାନ କରିବା ପାଇଁ ରାଜି ହେବେ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ।

Square Ad 1
Leave A Reply

Your email address will not be published.