କଟକ ଜିଲ୍ଲା ତିଗିରିଆ ଥନା ଅନ୍ତର୍ଗତ ଅଚଳୋକୋଟ ପଞ୍ଚାୟତ ହରିଡାପଶି ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଯୁବକର ମୃତ୍ୟୁ।ନରହନ୍ତା ଦନ୍ତା କାଳିଆ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅଣ୍ଟାରେ ଗୋଡ ପକାଇ ମୁଣ୍ଡଗଣ୍ଡି ଅଲଗା କରିଦେଇଛି ।ଏଭଳି ଏକ ଦାରୁଣ ଦୁଃଖଦ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରତିଦିନ ଭଳି ଆଜି ସକାଳୁ କାଳିଆ ବେହେରା ଓ ବନମାଳୀ ପ୍ରଧାନ ଉଭୟ ଶୈଚ ହେବାପାଇଁ ଗ୍ରାମର ନିକଟ ବ୍ରହ୍ମଣୀଦେଇ ନାଳକୁ ଯାଇଥିବା ବେଳେ୨୦ ରୁ ଉର୍ଧ ହାତୀପଲଙ୍କ ମୁହାଁମୁହିଁ ହୋଇଥିଲେ।ଗୋଟିଏ ଦନ୍ତାହାତୀ ହଠାତ କାଳିଆ ଆଡକୁ ମାଡି ଆସିବା ଫଳରେ କାଳିଆ ଓ ବନମାଳୀ ବିଲ ଭିତରକୁ ଦୈଡିଥିଲେ ।ଦନ୍ତାହାତୀ ଟି କାଳିଆକୁ ଗୋଡାଇ ଗୋଡାଇ ବିଲ ଭିତରେ ଅଣ୍ଟା ଉପରେ ଗୋଡ ପକାଇ ଶୁଣ୍ଡରେ ମୁଣ୍ଡଠାରୁ ଅଣ୍ଟାକୁ ଓ ଅଣ୍ଟାଠାରୁ ସଂପୂର୍ଣ୍ଣ ଶରୀରକୁ ଦୁଇଖଣ୍ଡ କରି ଦେଇଥିଲା ।ଦନ୍ତାହାତୀ ପ୍ରଥମ କରି ଏଭଳି ହତ୍ୟାକରିବା ଘଟଣା ରାଜ୍ୟରେ ପ୍ରଥମ ବୋଲି ଜଣାପଡିଛି। କାଳିଆ ବେହେରା ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।ଘଟଣାସ୍ଥଳକୁ ଯାଇଥିବା ମହିଳା ଫରେଷ୍ଟ ଗାର୍ଡ ଉତ୍ୟକ୍ତ ଗ୍ରାମବାସୀଙ୍କ ରୋଷର ଶିକାର ହୋଇଥିଲେ ମହିଳା ଗାର୍ଡ କୁ ଠେଲାପେଲା କରିବା ସହିତ ଦୁବ୍ୟବହାର କରିଥିଲେ।ପରେ ଘଟଣା ସ୍ଥଳରେ ତିଗିରିଆ ପୋଲିସ ଓ ଆଠଗଡ ବନଖଣ୍ଡ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ କାଳିଆ ବେହେରାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ବନବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଘଟଣାସ୍ଥଳରେ ମୃତକ ପରିବାରକୁ ୪୦ହଜାର।ଟଙ୍କା ପ୍ରଦାନ କରିଛି ବନବିଭାଗ।
ବାରମ୍ବାର ତିଗିରିଆ ହରିଡାପଶି ଅଞ୍ଚଳରେ ହାତୀ ଆକ୍ରମଣରେ ଧନଜୀବନ କ୍ଷୟକ୍ଷତି ହେଉଥିବା ବେଳେ ବନବିଭାଗର ନିଷ୍କ୍ରିୟତାକୁ ବିରୋଧ କରିଛନ୍ତି।ତୁରନ୍ତ ବନବିଭାଗ ଏ ଅଞ୍ଚଳରେ ହାତୀ ଘୋଉଡାଇବା ପାଇଁ ଦାବୀ କରିଛନ୍ତି।
Prev Post