Webportal

ରାଜ୍ୟର ଆଉ ପାଞ୍ଚଟି ଜିଲ୍ଲା ହେଲା ମାଓ ମୁକ୍ତ

sanitry
0 172

ନକ୍ସଲ ପ୍ରଭାବିତ ସୁରକ୍ଷା ସଂପର୍କିତ ଖର୍ଚ୍ଚ (ଏସଆରଇ) ଜିଲ୍ଲା ତାଲିକାରୁ ୫ଟି ଜିଲ୍ଲା ବାଦ୍ ପଡ଼ିଥିବା ନେଇ ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି।ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା ନେଇ ବି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ, ରାଜ୍ୟ ସରକାର ପାଞ୍ଚଟି ଜିଲ୍ଲା ଯଥା ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଏବଂ ନୟାଗଡ଼କୁ ଏସଆରଇ ଯୋଜନାରୁ ବାଦ୍ ଦେବାକୁ ଅନୁମୋଦନ କରିଛନ୍ତି। ଏସବୁ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ପଦକ୍ଷେପ ନିଆଯାଇଥିବା ପୁଲିସ ମହାନିର୍ଦେଶକ କହିଛନ୍ତି। ପୂର୍ବରୁ ୨୦୧୮ ମସିହା ଏପ୍ରିଲ୍ ମାସରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମକୁ ମାଓବାଦୀ କାର୍ଯ୍ୟକଳାପରୁ ମୁକ୍ତ ଘୋଷିତ କରାଯାଇଥିଲା ଏବଂ ସେହି ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ବାଦ୍ ଦିଆଯାଇଥିଲା। ଏହାଫଳରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୧ ଜିଲ୍ଲା ମାଓ ପ୍ରଭାବମୁକ୍ତ ହୋଇପାରିଛି । ସୂଚନାଯୋଗ୍ୟ ଯେ, ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ (ଏସଆରଇ) ଯୋଜନା, ମାଓବାଦୀ ପ୍ରଭାବିତ ଜିଲ୍ଲାମାନଙ୍କ ପାଇଁ ଦକ୍ଷତା ବିକାଶ ପାଇଁ ଏକ ଯୋଜନା | ୨୦୧୨ରେ ରାଜ୍ୟର ୧୯ଟି ଜିଲ୍ଲା ଏସଆରଇ ଜିଲ୍ଲା ଭାବରେ ଘୋଷିତ ହେଲା| ଦୃଢ ସୁରକ୍ଷା ବ୍ୟବସ୍ଥା ତଥା ବିକାଶମୂଳକ କାର୍ଯ୍ୟକଳାପ ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଏକ ପରିବର୍ତ୍ତନ ଆଣିଛି ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି।

Square Ad 1
Leave A Reply

Your email address will not be published.